ଓଡିଶା

odisha

ETV Bharat / state

ଠିକା କ୍ୟାମ୍ପରେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ - kalahandi latest news

କଳାହାଣ୍ଡି ଜିଲ୍ଲାରେ ନିର୍ମାଣଧୀନ କେନାଲ କାମରେ ନିୟୋଜିତ ଥିବା ଝାଡଖଣ୍ଡର ଠିକା ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

migrant-labour-death-in-kalahandi
ଠିକା କ୍ୟାମ୍ପରେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟ

By

Published : Jun 9, 2020, 9:50 PM IST

ଭବାନୀପାଟଣା: ଠିକା କ୍ୟାମ୍ପରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଉଛଲା ଗାଁରେ ନିର୍ମାଣଧୀନ କେନାଲ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।

ଠିକା କ୍ୟାମ୍ପରେ ପ୍ରବାସୀ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟ

ସୂଚନା ଅନୁଯାୟୀ ମୃତ ଶ୍ରମିକ ଜଣକ ଝାଡଖଣ୍ଡ ରାଜ୍ୟ ଖାନସମା ଜିଲ୍ଲା ଟେଙ୍ଗଡ଼ି ଗାଁର ରବି ସିଂ । କେନାଲ କାମ ନିର୍ମାଣ ସମୟରେ କାର୍ଯ୍ୟରତ ଶ୍ରମିକ ରବି ସିଂ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କ ସହକର୍ମୀ କୋକୋସର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରମିକ ରବି ସିଂ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଠିକା ସଂସ୍ଥା ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ତାଙ୍କର ମୃତଦେହ ନିଜ ଗାଁକୁ ପଠାଇ ଦିଆଯାଇଥିବା ପୋଲିସ ସୂଚନା ଦେଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details