ଓଡିଶା

odisha

ETV Bharat / state

ବିଧାୟକଙ୍କ ସହଯୋଗରେ ଗାଁକୁ ଫେରିଲା ଦାଦନ ଶ୍ରମିକ ମୃତଦେହ - ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ

ବିଧାୟକଙ୍କ ସହଯୋଗରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କଳାହାଣ୍ଡି ଥୁଅମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦଳଗୁଡା ଗାଁର ଘଟଣା । ଅଧିକ ପଢନ୍ତୁ..

ବିଧାୟକଙ୍କ ସହଯୋଗରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
ବିଧାୟକଙ୍କ ସହଯୋଗରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

By

Published : Jan 21, 2021, 9:37 PM IST

ଭବାନୀପାଟଣା: ବିଧାୟକଙ୍କ ସହଯୋଗରେ ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କଳାହାଣ୍ଡି ଥୁଅମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦଳଗୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ବିଧାୟକଙ୍କ ସହଯୋଗରେ ଗାଁକୁ ଫେରିଲା ଦାଦନ ଶ୍ରମିକ ମୃତଦେହ

ଗାଁର ୩୫ ବର୍ଷୀୟ ଗଜିନ୍ଦ୍ର ନାଏକ ତାମିଲନାଡୁର କଇଁବାଟୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଚା’ କମ୍ପାନୀରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ତେବେ ଗତ ସୋମବାର କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କର ଜଣେ ସାଥି ଗଜିନ୍ଦ୍ରଙ୍କ ପରିବାରକୁ ଖବର ଦେଲାପରେ ଗାଁ ଲୋକ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଜଣାଇଥିଲେ ।

ପରେ ବିଧାୟକ ଏହି ଘଟଣାରେ ହସ୍ତକ୍ଷେପ କରି ଜିଲ୍ଲା ପ୍ରଶାସନ ସହଯୋଗରେ ମୃତଦେହକୁ ଗାଁକୁ ଆଣିବାରେ ସାହାଯ୍ୟ କରିଥିଲେ। ଏଥିସହିତ ଓଡିଶା ମୋ ପରିବାର ପକ୍ଷରୁ ୪୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details