ଭବାନୀପାଟଣା:ଜିଲ୍ଲାରେ ଗତ କିଛି ଦିନ ହେବ ପାରଦ ୧୦ ଡିଗ୍ରୀ ତଳେ ରହୁଛି । ଫଳରେ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଥୁଆମୂଳ ରାମପୁରରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ବେଳେ କୋହଲା ପବନ ସାଙ୍ଗକୁ ତୁଷାରପାତ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କାଠୁଆ ଜାଡ଼ରେ ମଧ୍ୟ ଶୀତୁଆ ସକାଳର ମଜା ନେବା ପାଇଁ ବଡି ଭୋରରୁ ମର୍ଣ୍ଣିଂ ୱାକ୍ରେ ବାହାରି ପଡୁଛନ୍ତି ଲୋକେ ।
ଭୋର ସକାଳୁ ହିଁ ଏଠି କିଏ ଶୀତର ମଜା ନେଉଛି ତ ଆଉ କିଏ ଶୀତ ସହ ଲଢେଇ କରୁଛି । ସଂଧ୍ୟା ୬ ଟାରୁ ଜିଲ୍ଲାରେ କାଲୁଆ ପବନ ବହିବା ସାଙ୍ଗକୁ ଆରମ୍ଭ ହେଉଛି ଶୀତର ପ୍ରକୋପ । ରାତି ୯ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇପଡୁଛି । ଏସବୁ ଭିତରେ ଗୋଟିଏ ପଟେ ସହରବାସୀ ଶୀତୁଆ ସକାଳକୁ ଉପଭୋଗ କରୁଥିବା ବେଳେ ଗରିବ ଖଟିଖିଆଙ୍କୁ ଏହା ବେଶ କଷ୍ଟ ଦେଉଛି ।