ଓଡିଶା

odisha

ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲା ମେହେର ସମାଜ - ରାଜ ରାସ୍ତାକୁ ଓହ୍ଲାଇଲା ମେହେର ସମାଜ

କଳାହାଣ୍ଡି ଜିଲ୍ଲା ମେହେର ସମାଜ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ସିବିଆଇକୁ ହସ୍ତାନ୍ତର ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଅଧିକ ପଢନ୍ତୁ...

ମମିତାଙ୍କୁ ନ୍ୟାୟ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲା ମେହେର ସମାଜ
ମମିତାଙ୍କୁ ନ୍ୟାୟ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲା ମେହେର ସମାଜ

By

Published : Oct 29, 2021, 9:28 PM IST

ଭବାନୀପାଟଣା: ମମିତା ମେହେର ହତ୍ୟାକାଣ୍ଡ ନେଇ ଏବେ ସାରା ରାଜ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଲିଙ୍କ ଥିବା ଅଭିଯୋଗରେ ବିରୋଧୀ ସରକାରକୁ ଘେରିବା ସହ ମନ୍ତ୍ରୀଙ୍କ ଇସ୍ତାଫା ଦାବିରେ ଦିଲ୍ଲୀରୁ ପଲ୍ଲୀ ଯାଏଁ ସବୁଠି ପ୍ରତିବାଦର ନିଆଁ।

ମମିତାଙ୍କୁ ନ୍ୟାୟ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲା ମେହେର ସମାଜ

ଏନେଇ ଆଜି (ଶୁକ୍ରବାର) କଳାହାଣ୍ଡି ଜିଲ୍ଲା ମେହେର ସମାଜ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟଣା ସିବିଆଇକୁ ହସ୍ତାନ୍ତର ଦାବିରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛି । ଯଥାଶୀଘ୍ର ରାଜ୍ୟ ସରକାର ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ମେହେର ସମାଜ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details