ଓଡିଶା

odisha

ETV Bharat / state

ମଞ୍ଚ ନାଟକରେ ସଚେତନତା ବାର୍ତ୍ତା, ବନ୍ଦ ହେଉ ଯୌତୁକ ପ୍ରଥା ଓ ନାରୀ ନିର୍ଯାତନା

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ଟାଉନ ହଲ୍‌ ଠାରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ । ଅଧିକ ପଢନ୍ତୁ

By

Published : Nov 7, 2022, 9:51 AM IST

ମଞ୍ଚ ନାଟକରେ ସଚେତନତା ବାର୍ତ୍ତା, ବନ୍ଦ ହେଉ ଯୌତୁକ ପ୍ରଥା ଓ ନାରୀ ନିର୍ଯାତନା
ମଞ୍ଚ ନାଟକରେ ସଚେତନତା ବାର୍ତ୍ତା, ବନ୍ଦ ହେଉ ଯୌତୁକ ପ୍ରଥା ଓ ନାରୀ ନିର୍ଯାତନା

ଭବାନୀପାଟଣା:ସମାଜରେ ବିଭିନ୍ନ ସମୟରେ ନାରୀ ନିର୍ଯାତନା ସହ ଶିଶୁ ପରିବାର କଳହ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି ଯୌତୁକ ପାଇଁ ବଧୁ ହତ୍ୟା ତ ଆଉ କେଉଁଠି ଝିଅ ପାଇଁ ହତାଦାର । ତ ଆଉ କେଉଁଠି ଶିଶୁ ନିର୍ଯାତନା ଯାହ ସଭ୍ୟ ସମାଜକୁ କଳୁଷିତ କରୁଛି । ଏମିତି କିଛି କଥା ଓ ସମାଜରେ ଘଟୁଥିବା ବାସ୍ତବିକ ଚିତ୍ରକୁ ନାଟକ ମାଧ୍ୟମରେ ମଞ୍ଚରେ ଉପସ୍ଥାପନ କରିଛନ୍ତି କଳାକାର । ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ଟାଉନ ହଲ୍‌ ଠାରେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ମଞ୍ଚ ନାଟକରେ ସଚେତନତା ବାର୍ତ୍ତା, ବନ୍ଦ ହେଉ ଯୌତୁକ ପ୍ରଥା ଓ ନାରୀ ନିର୍ଯାତନା

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଦୀପ୍ତି ରଞ୍ଜନ କାନୁନଗୋ, ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ,ଅତିରିକ୍ତ ଜିଲ୍ଲା ଜଜ, ସଚିବ ଆଇନ ସେବା ପ୍ରାଧିକରଣ ର ଶୁଭ ଗୌତମ ମିଶ୍ର ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ଯୌତୁକ ପ୍ରଥା କୁ ନେଇ ନାଟକ 'ଫୁଡା' ପ୍ରଦର୍ଶିତ ହୋଇଥିଲା ।

ତେବେ ବିଶେଷ କରି ଯୌତୁକ ପ୍ରଥା ଏକ ସାମାଜିକ ଅଭିଶାପ। ଝିଅର ବାହାଘର ସମୟରେ ଝିଅର ପରିବାର ପୁଅର ପରିବାର ସର୍ତ୍ତ ଅନୁସାରେ ନଗଦ ଟଙ୍କା କିମ୍ବା ଦାମୀ ଜିନିଷ ଦେବାକୁ ଯୌତୁକ କୁହାଯାଏ । ଏହି ପ୍ରଥା ଆଇନ ବିରୁଦ୍ଧ ହେଉଥିଲେ ମଧ୍ୟ ଆଜିବି ଆମ ସଭ୍ୟ ସମାଜରେ ଏହା ପ୍ରଚଳିତ । ତେବେ ଏହି ପ୍ରଥା ଦ୍ବାରା ବିବାହିତା ଝିଅର ବୈବାହିକ ଜୀବନ ସାମାଜିକ ଓ ମାନସିକତା କ୍ଷେତ୍ରରେ ପ୍ରଭାବ ପକାଇବା ସହ ଆଗକୁ ଉଗ୍ରରୂପ ଧାରଣ କରିଥାଏ । ଏହି ପ୍ରଥା ଝିଅର ସ୍ବପ୍ନକୁ ଭାଙ୍ଗି ଦେଇଥାଏ । ଯାହାକି ଶ୍ରମିକ ପ୍ରଥାର ମଧ୍ୟ ନଜିର ରହିଛି।ଅନେକ ସ୍ଥାନରେ ଅନଥା ଶିଶୁ ହୁଅନ୍ତୁ ବା ଭୋକ ଅନାଟନ ପାଇଁ ବିଭିନ୍ନ ହୋଟେଲ ହେଉ କିମ୍ବା ବ୍ୟାବସାୟିକ ଅନୁଷ୍ଠାନ ଓ ମହାଜନୀ କାମ କରି ଭୋକ ମେଣ୍ଟାଉଛନ୍ତି ।

ଏନେଇ ସମାଜରେ କିଭଳି ଯୌତୁକ ପ୍ରଥା ଚଳି ଆସୁଛି ଓ ଏଥିପ୍ରତି ଆଇନରେ କଣ ସବୁ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ଲୋକଙ୍କୁ ନାଟକ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଥିଲେ କଳାକାର । ସେହିପରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ନାରୀ ନିର୍ଯାତନା, ନାରୀ ସୁରକ୍ଷା ଓ ଆଇନର ବ୍ୟବସ୍ଥା କୁ ନେଇ ନାଟକ 'ଶତାବ୍ଦୀର ସ୍ୱର' ପ୍ରଦର୍ଶିତ ହୋଇଥିଲା । ଏହିଭଳି ଅନେକ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମାଜକୁ ସଚେତନ କରିବା ପାଇଁ ବିଭିନ୍ନ ନାଟକ ପ୍ରଦର୍ଶିତ ହୋଇଥିଲା । ପରେ ପରେ ବୀର ବାଦ୍ୟ ଘୁମୁରାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏହା ପରେ ବିଭିନ୍ନ କ୍ଷେତ୍ରରେ ସ୍ଵବାଲମ୍ବୀ ହୋଇଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଚାଷୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, କଲାହାଣ୍ଡି

ABOUT THE AUTHOR

...view details