ଓଡିଶା

odisha

By

Published : Nov 25, 2019, 6:00 PM IST

Updated : Nov 25, 2019, 6:24 PM IST

ETV Bharat / state

ସରକାରଙ୍କୁ ଶୁଭୁନି କଳାହାଣ୍ତି ଚାଷୀଙ୍କ ଗୁହାରୀ, ରାଜ୍ୟର ପ୍ରଥମ ଉଠା ଜଳସେଚନ ପ୍ରକଳ୍ପ କୋମାରେ

ମରୁଡି ପ୍ରବଣ କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ସ୍ବାର୍ଥ ପାଇଁ ନିର୍ମିତ ହୋଇଛି ରାଜ୍ୟର ପ୍ରଥମ ମେଗା ଉଠାଜଳ ସେଚନ ପ୍ରକଳ୍ପ । ଏହାର ଶୁଭାରମ୍ଭ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ହେଲେ ଶୁଭାରମ୍ଭ ଦିନରୁ ହିଁ ଅଚଳ ହୋଇପଡିଛି ପ୍ରକଳ୍ପ । ଯେଉଁଥିପାଇଁ ବଞ୍ଚିବାର ଆଶା ଛାଡିଦେଇଛନ୍ତି 5 ଖଣ୍ତ ଗାଁର ଚାଷୀକୂଳ।ଅଧିକ ଖବର ପଢନ୍ତୁ...

କାନ ଖୋଲି କରି ଶୁଣ ସରକାର,କଳାହାଣ୍ତି ଚାଷୀର ଗୁହାରୀ

କଳାହାଣ୍ଡି: କୃଷକଙ୍କ ବିକାଶ ଲାଗି ସରକାର ଅନେକ ଯୋଜନା କରିଛନ୍ତି । ଏହାସହ ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ । ତେବେ କଳାହାଣ୍ଡି ଜିଲ୍ଲାରେ ଫେଲ ମାରିଛି ଏହି ମେଗା ପ୍ରକଳ୍ପ ।

କାନ ଖୋଲି କରି ଶୁଣ ସରକାର,କଳାହାଣ୍ତି ଚାଷୀର ଗୁହାରୀ

ଜିଲ୍ଲାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରଥମ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ସତ କିନ୍ତୁ ପୂରଣ ହୋଇପାରୁନି ଆବଶ୍ୟକତା । ଶୁଭାରମ୍ଭ ଦିନରୁ ହିଁ କୋମାରେ ପ୍ରକଳ୍ପ । ଯାହାଫଳରେ ବର୍ଷା ଦିନରେ ଜମିରେ ବଢି ସୃଷ୍ଟି ହେବାସହ ଅନ୍ୟସମୟରେ ଚାଷଜମି ଫାଟି ଆଁ କରୁଛି । ଏଥିପାଇଁ ବଞ୍ଚିବାର ଏବେ ଆଶା ଛାଡିଦେଇଛନ୍ତି 5 ଖଣ୍ତି ଗାଁର ଚାଷୀକୂଳ ।

ପ୍ରକଳ୍ପ ପାଇଁ ସରକାର 8 କୋଟି 98 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଲଇତରା, ଜୋଲକେ ଓ କରୋଳାଭାଡି ଗ୍ରାମର ୫୦୦ ହେକ୍ଟର ଚାଷ ଜମିରେ ଜଳସେଚନ ଲକ୍ଷ୍ୟରେ ନିର୍ମିତ ଏହି ମେଗା ଜଳସେଚନ ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ । ନଦୀ ଗର୍ଭରେ ପାଣି ନଥିବାରୁ କାମ କରୁନି ମେଗା ଉଠା ଜଳସେଚନ ପ୍ରକଳ୍ପ ।

ଆଉ ପ୍ରକଳ୍ପ ନିର୍ମାଣ କରି ଉତ୍ତରଦାୟୀ ସରକାର ନିଜ ଦାୟିତ୍ବ ସାରି ନିଦାବିଷ୍ଣୁ ସାଜିଛନ୍ତି । ଏହି ମେଗା ପ୍ରକଳ୍ପକୁ ପ୍ରାୟ ୫ ବର୍ଷ ପୂରିବାକୁ ଯାଉଛି ହେଲେ ଚାଷୀଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ସେପଟେ ଜିଲ୍ଲାପାଳ ଏ ପ୍ରସଙ୍ଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଖତ ଖାଉଛି କୋଟି କୋଟି ଟଙ୍କାର ପ୍ରକଳ୍ପ ଆଉ ରାଜରାସ୍ତାରେ ପାଣି ସମସ୍ୟା ପାଇଁ ଚିତ୍କାର କରୁଛି ଚାଷୀ । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ସତେ ଯେମିତି ଚେଇଁ ଶୋଇବାର ଅଭିନୟ କରୁଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Last Updated : Nov 25, 2019, 6:24 PM IST

ABOUT THE AUTHOR

...view details