ଓଡିଶା

odisha

ETV Bharat / state

ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ: ସୀମାରେ ହାଇଆଲର୍ଟ - ମାଓବାଦୀଙ୍କ ଶହୀଦ ସପ୍ତାହ

ଜୁଲାଇ ୨୮ ତାରିଖ ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ବୁଧବାର ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Jul 31, 2019, 3:20 PM IST

କଳାହାଣ୍ଡି: ମାଓବାଦୀଙ୍କ ଶହୀଦ ସପ୍ତାହର ଚତୁର୍ଥ ଦିନ । ଜିଲ୍ଲାରେ ଜୁଲାଇ ୨୮ ତାରିଖ ଠାରୁ ଶହୀଦ ସପ୍ତାହ ପାଳନ କରୁଛନ୍ତି ମାଓବାଦୀ । ଅଗଷ୍ଟ ୩ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏ ନେଇ ସୀମାନ୍ତ ଜିଲ୍ଲା ଗୁଡିକରେ ହାଇଆର୍ଲଟ । ଗାଡ଼ି ଚଳାଚଳ ବନ୍ଦ ସହ ଲୋକେ ଆତଙ୍କିତ ରହିଛନ୍ତି ।

ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀଙ୍କ କଡା ପ୍ରହରା ଜାରି ରହିଛି । ବିଗତ ଦିନ ଗୁଡିକରେ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସାଥିଙ୍କୁ ମନେ ପକାଇ ଲାଲବାହିନୀ ଏହି ଶହୀଦ ସପ୍ତାହ ପାଳନ କରୁଛନ୍ତି । ଏଥିପାଇଁ ନକ୍ସଲମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ଲଗାଇ ସାଧାରଣ ଲୋକଙ୍କୁ ସେମାନଙ୍କ ଶହୀଦ ସପ୍ତାହରେ ସାମିଲ ହେବା ଲାଗି ଆହ୍ବାନ କରିଥିଲେ । ଶହୀଦ ସପ୍ତାହକୁ ନେଇ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳମାନଙ୍କରେ ସିଆରପିଏଫ ,ଏସଓଜି , କୋବ୍ରା, ଡିବିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ଭିଡିଓ ସୋଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସହରର ସମସ୍ତ ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି । କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ଗୁଇନ୍ଦା ବିଭାଗ ତତ୍ପର ରହିଥିବା କହିଛନ୍ତି କଳାହାଣ୍ଡି ଏସପି । ତେବେ ବିଭିନ୍ନ ସ୍ଥାନରେ କାଁ ଭାଁ ମାଓ ପୋଷ୍ଟରକୁ ଛାଡି ଦେଲେ ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରୀତିକର ଘଟଣା ଘଟିନଥିବା କହିଛନ୍ତି କଳାହାଣ୍ଡି ଏସ୍‌ପି ।


କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details