ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର - କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତ ଜାହିର କରିଛନ୍ତି । ଅଧିକ ପଢନ୍ତୁ...

Mao poster again in kalahandi
କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର

By

Published : Oct 27, 2020, 6:53 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତ ଜାହିର କରିଛନ୍ତି । ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ଘାଟିକୁଣ୍ଡରୁରେ ମାଓବାଦୀମାନେ ପୋଷ୍ଟର ମାରିଛନ୍ତି ।

କଳାହାଣ୍ଡିରେ ପୁଣି ମାଓ ପୋଷ୍ଟର

ପୋଷ୍ଟରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫାସିବାଦ ନୀତିକୁ ବିରୋଧ କରିଛନ୍ତି । ଚାଷୀଙ୍କୁ ମୁକ୍ତ ଆର୍ଥିକ ସହାୟତା ସହ ଆତ୍ମନିର୍ଭରଶୀଳ ନାଁରେ ଘରୋଇ କାରଣକୁ ବିରୋଧ କରିଛନ୍ତି । ଏବଂ ଏହାସହ ବାହାର ରାଜ୍ୟକୁ ଶ୍ରମିକମାନେ ନଯାଇ ନିଜ ରାଜ୍ୟ ଭିତରେ ସରକାର ତାଙ୍କୁ କାମ ଯୋଗାଇଦେବା ପାଇଁ ସେମାନେ ଦାବି କରିଛନ୍ତି ।

କୋରୋନା ନିୟନ୍ତ୍ରଣ ନାଁରେ ଔଷଧ ଓ ମେଡିକାଲ ସାମଗ୍ରୀ କିଣିବାରେ ଦୁର୍ନିତୀର ଅଭିଯୋଗ ନେଇ ଏହାର ଉଚିତ ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ପାଇଁ ସେମାନେ ପୋଷ୍ଟର ମାଧ୍ୟମରେ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details