କଳାହାଣ୍ଡି: ମାଓବାଦୀଙ୍କ ବର୍ବରକାଣ୍ଡ । 2 ଦିନରେ ନେଲେଣି 2ଜଣଙ୍କ ଜୀବନ । ପୋଲିସ ଇନଫର୍ମର ସନ୍ଦେହରେ ଗତକାଲି ବେଦାନ୍ତ କମ୍ପାନୀର ଠିକାଦାରଙ୍କୁ ଗୁଳି କରି ହତ୍ୟା କରିବା ପରେ ଆଜି ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।
ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି ବିଶ୍ବନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁର ଭୀମ ଦୌରାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି । ଏହା ପରେ ପୋଷ୍ଟର ଛାଡିଯାଇଥିଲେ ମାଓବାଦୀ ।
ତେବେ ଏ ସବୁ ଘଟଣାମାନ ଘଟାଇ ମାଓବାଦୀ ନିଜର ଉପସ୍ଥିତି ଜାହିର କରୁଥିବା ବେଳେ କଳାହାଣ୍ଡି ପୋଲିସ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ ଗତକାଲି ମଧ୍ୟ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଠିକାଦାର ରାଜେନ୍ଦ୍ର ସାହୁ ବୋରପଦର ସାପ୍ତାହିକ ହାଟକୁ ପରିବା କିଣିବାକୁ ଯାଇଥିବା ବେଳେ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ