ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ, ପୁଣି ୨ ଜଣଙ୍କ ମୃତ୍ୟୁ - ଗୁନାଙ୍ଗବେଡା ଗ୍ରାମରେ ଡାଇରିଆ ସଂକ୍ରମଣ

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାଇରିଆ ଆତଙ୍କ । ଗୁନାଙ୍ଗବେଡା ଗ୍ରାମରେ ଡାଇରିଆ ସଂକ୍ରମଣରେ ପୁଣି ୨ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

diarrhea outbreak in gunangbeda kalahandi
ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ, ପୁଣି ୨ ଜଣଙ୍କ ମୃତ୍ୟୁ

By

Published : Sep 4, 2022, 10:46 PM IST

ଭବାନୀପାଟଣା:ଜିଲ୍ଲାରେ ପୁଣି ଡାଇରିଆ ଆତଙ୍କ । କଳାହାଣ୍ଡି ଜିଲ୍ଲା ଗୁନାଙ୍ଗବେଡା ଗ୍ରାମରେ ଡାଇରିଆ ସଂକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି (diarrhea outbreak in gunangbeda) । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଗାଁ ମାନଙ୍କରେ ଡାଇରିଆ ଆତଙ୍କ ଦେଖା ଦେବାରେ ଲାଗିଛି । ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ କେତେକ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ।

ଦୁର୍ଗମ ଅଞ୍ଚଳରେ ଡାଇରିଆ ଆତଙ୍କ

ଦିନକୁ ଦିନ ଅପହଞ୍ଚ ଆଦିବାସୀ ଇଲାକାରେ ଡାଇରିଆ ଆତଙ୍କ ଦେଖା ଦେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମଦନପୁର ରାମପୁର ବ୍ଳକରେ ଡାଇରିଆ ବ୍ୟାପିବାରେ ଲାଗିଛି। ବ୍ଳକରେ ୨ ଜଣ ଏବଂ ଲାଞ୍ଜିଗଡ଼ ବ୍ଳକରେ ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ମଦନପୁର ରାମପୁର ବ୍ଳକରେ ଜୀବନ ନେଇଛି ଡାଇରିଆ । ସୂଚନା ଅନୁଯାୟୀ, ଗତ ୪ ଦିନ ହେଲା ଗ୍ରାମରେ ଡାଇରିଆ ଆତଙ୍କ ଦେଖା ଦେଇଥିବାବେଳେ, ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ଭଗବାନ ନାଏକ ଓ ତିଲୋତ୍ତମା ନାଏକ। ଖବର ପାଇ ଗ୍ରାମରେ ମେଡ଼ିକାଲ ଟିମ ଅହଞ୍ଚି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାସହ ଗୁରୁତର୪ ଜଣଙ୍କୁ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏନେଇ ଗୁନାଙ୍ଗବେଡା ବାସିନ୍ଦା କହିଛନ୍ତି, "ନୂଆଁଖାଇ ପରଦିନ ଜଣେ ବ୍ୟକ୍ତିଙ୍କ ଝାଡ଼ାବାନ୍ତି ହୋଇଥିଲା । ଏହାପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।" ତେବେ କେଉଁ କାରଣରୁ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେନେଇ ସ୍ପଷ୍ଟ ହୋଇ ପାରିନାହିଁ । ପରୀକ୍ଷା ପାଇଁ ଗ୍ରାମରେ ଥିବା ନଳକୂପରୁ ନମୁନା ସମଗ୍ରହ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ:ପୁଣି ଫେରିଲା ଡାଇରିଆ ଆତଙ୍କ, ଥୁଆମୂଳ ରାମପୁରରେ ଅନେକ ହେଲେଣି ଆକ୍ରାନ୍ତ

ଗ୍ରାମମାନଙ୍କରେ ଡାଇରିଆ ଆତଙ୍କ ଦେଖା ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । କେନ୍ଦୁପଡା ଗ୍ରାମରେ ମଧ୍ୟ ଡାଇରିଆ ଆତଙ୍କ ଦେଖା ଦେଇଛି । ସୂଚନା ଅନୁଯାୟୀ, ଗତ ୫ ଦିନ ମଧ୍ୟରେ ଗ୍ରାମର ୧୭ରୁ ଊର୍ଦ୍ଧ୍ବ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ । ଗ୍ରାମରେ ମେଡ଼ିକାଲ ଟିମ ପହଞ୍ଚି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିବେ ସୂଚନା ରହିଛି । ତେବେ ଡାଇରିଆରେ ଗୁରୁତର ହୋଇଥିବା ୫ ଜଣଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା । ସେପଟେ ଗ୍ରାମରେ କେଉଁ କାରଣରୁ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେନେଇ ସ୍ପଷ୍ଟ ହୋଇ ପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details