ଓଡିଶା

odisha

ETV Bharat / state

BJD Mishrana Parba: ଯୋଗ ଦେଲେ ଶତାଧିକ ବିଜେପି-କଂଗ୍ରେସ କର୍ମୀ - କଳାହାଣ୍ଡିରେ ବିଜେଡ଼ିର ମିଶ୍ରଣ ପର୍ବ

କଳାହାଣ୍ଡି ଜିଲ୍ଲାରେ ବିଜେଡ଼ିର ମିଶ୍ରଣ ପର୍ବ । ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

BJD Mishrana Parba: ଯୋଗ ଦେଲେ ଶତାଧିକ ବିଜେପି କଂଗ୍ରେସ କର୍ମୀ
BJD Mishrana Parba: ଯୋଗ ଦେଲେ ଶତାଧିକ ବିଜେପି କଂଗ୍ରେସ କର୍ମୀ

By

Published : Dec 23, 2021, 5:14 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ବିଜେଡ଼ିର ମିଶ୍ରଣ ପର୍ବ(Mishrana Parba of Kalahandi BJD)ରେ ଯୋଗ ଦେଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରମୁଖ ହୋଇଥିଲେ ସାମିଲ ।

BJD Mishrana Parba: ଯୋଗ ଦେଲେ ଶତାଧିକ ବିଜେପି କଂଗ୍ରେସ କର୍ମୀ

ଜିଲ୍ଲା ବିଜେଡ଼ି ପକ୍ଷରୁ ଗୁରୁବାର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଜିଲ୍ଲା ବିଜେପିର ବରିଷ୍ଠ ନେତା ବଦ୍ରି ପଟ୍ଟନାୟକ ନିଜ ଶତାଧିକ କର୍ମୀଙ୍କୁ ନେଇ ବିଜେଡି଼ର ଯୋଗ ଦେଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଦେଶରାଜ ଜୁଆଡ଼ ନିଜ ସମର୍ଥକଙ୍କୁ ନେଇ ଦଳରେ ସାମିଲ ହୋଇଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେଡି଼ର ମିଶ୍ରଣ ପର୍ବକୁ ନେଇ ବିରୋଧୀ ଶିବିରରେ ଛନକା ପଶିଛି ।

ତେବେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାରଙ୍କ ସମେତ ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details