ଓଡିଶା

odisha

ETV Bharat / state

କଟକଣାରେ ଆଦିବାସୀଙ୍କ ମଣ୍ଡେଇ ଯାତ୍ରା ପାଳିତ: ସାମିଲ ହେଲେ ରାଜ୍ୟ ବାହାରର ଶତାଧିକ ଶ୍ରଦ୍ଧାଳୁ - କଳାହାଣ୍ଡିରେ ମଣ୍ଡେଇ ଯାତ୍ରା ପାଳିତ

କୋରୋନା କଟକଣା ମଧ୍ୟରେ ମଣ୍ଡେଇ ଯାତ୍ରା ପାଳିତ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗୁଡାହାଣ୍ଡି ଡୋକାରିଚଞ୍ଚରାରେ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ଉତ୍ସବକୁ ପାଳନ କରିଥାନ୍ତି । ଅଧିକ ପଢ଼ନ୍ତୁ

mandei festival in kalahandi
କଟକଣାରେ ଆଦିବାସୀଙ୍କ ମଣ୍ଡେଇ ଯାତ୍ରା ପାଳିତ

By

Published : Jan 5, 2022, 8:30 AM IST

କଳାହାଣ୍ଡି:କୋରୋନା କଟକଣା ମଧ୍ୟରେ ମଣ୍ଡେଇ ଯାତ୍ରା ପାଳିତ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗୁଡାହାଣ୍ଡି ଡୋକାରିଚଞ୍ଚରାରେ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟର ଲୋକେ ଏହି ଉତ୍ସବକୁ ପାଳନ କରିଥାନ୍ତି ।

କଟକଣାରେ ଆଦିବାସୀଙ୍କ ମଣ୍ଡେଇ ଯାତ୍ରା ପାଳିତ

କଳାହାଣ୍ଡି ଜିଲ୍ଲା ଗୁଡାହାଣ୍ଡି ଡୋକାରିଚଞ୍ଚରା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ପରିଗଣିତ । ଏଥିସହ ଏହା ସ୍ଥାନଟି ପୌରାଣିକ କିମ୍ବଦନ୍ତୀ ବହନ କରିଛି। କିମ୍ବଦନ୍ତୀ ଅନୁଯାୟୀ ଏଠାରେ ରାମଚନ୍ଦ୍ର ବନବାସ ସମୟରେ କିଛି ମୁହୂର୍ତ୍ତ ଅତିବାହିତ କରିଥିଲେ। ରାମଚନ୍ଦ୍ର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ କିଛି ସମୟ ଅତିବାହିତ କରିଥିବା ନେଇ ମଧ୍ୟ ଏଠାରେ ଲୋକଶୃତି ରହିଥିବା ସୂଚନା ରହିଛି। ସେହି ପରମ୍ପରାକୁ ନେଇ ଏହି ଅଞ୍ଚଳରେ ରହୁଥିବା ଆଦିବାସୀ ଏହି ଉତ୍ସବକୁ ଆଡ଼ମ୍ବର ସହ ପାଳନ କରିଥାନ୍ତି । ଗୁଡାହାଣ୍ଡି ଉନ୍ନୟନ କମିଟି ଓ ସ୍ଥାନୀୟ ଆଦିବାସୀଙ୍କ ମିଳିତ ଉଦ୍ୟମରେ ମଣ୍ଡେଇ ଯାତ୍ରା ଆରମ୍ଭ କରାଯାଇଛି। ଆଦିବାସୀଙ୍କ ଆରାଧ୍ୟ ଦେବୀ ମା ଡୋକରୀ ଦେଵୀଙ୍କୁ ସୁମରଣା କରି ଏହି ଯାତ୍ରାର ଆରମ୍ଭ ହୋଇଥାଏ ।

କରୋନା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବେ ମଣ୍ଡେଇ ଯାତ୍ରାର ସମସ୍ତ ବିଧି ସମାପନ କରାଯାଇଥିଲା। ଏହି ଯାତ୍ରାରେ ନବରଙ୍ଗପୁର ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details