ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣ (Migration of labour in Kalahandi)ରୋକିବା ନେଇ ଯୁବକଙ୍କ ଉଦ୍ୟମ (Man walked 25kms to protest against Migrant labour issue in district) । ଚାଲି ଚାଲି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟ ସରକାରଙ୍କୁ ଦେଲେ ଦାବିପତ୍ର । ଯୁବକ ଜଣକ ଦୀର୍ଘ ୨୫ କିଲୋମିଟର ପଦଯାତ୍ରା କରି ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
ଜିଲ୍ଲାର ବକ୍ରସିଲ ଗାଁର ରୁକାଚନ ମାଝୀ ଜିଲ୍ଲାରେ ଦେଖା ଦେଇଥିବା ଦାଦନ ଦୁଃଖକୁ ନେଇ ଅଭିନବ ଢଙ୍ଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିପାଇଁ ରୁକଚାନ ନିଜ ଘରୁ ଦାଦନ ପ୍ରଥା ରୋକିବା ପାଇଁ ଓ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦାବିରେ ଦୀର୍ଘ ୨୫ କିଲୋମିଟର ପଦଯାତ୍ରା କରି ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନେଇ ରୁକଚନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତାଙ୍କର ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ସମାଜସେବୀ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଯୁବକଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି ।
ଏହା ମଧ୍ୟ ପଢନ୍ତୁ:ଦାଦାନ ଖଟିବାକୁ ଯାଇ ଯୁବକ ମୃତ