ଭବାନୀପାଟଣା:ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ। ତୁଚ୍ଛ ହେଲା ରକ୍ତ ସମ୍ପର୍କ । ପୁତୁରାର ରକ୍ତରେ ହୋଲି ଖେଳିଲା ଦାଦା । ଶୋଇଥିବା ବେଳେ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦାଦା । ଏଭଳି ହତ୍ୟାକାଣ୍ଡ ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ପ୍ରଶାନ୍ତ ମାଝୀ ଓ ହତ୍ୟାକାରୀ ଜଣଙ୍କ ହେଉଛନ୍ତି ମୃତକଙ୍କ କାକା ମୁଗାନା ମାଝୀ । ଦୀର୍ଘ ଦିନ ଧରି ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା ।
ଗତକାଲି(ରବିବାର) ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ଥିବା ବେଳେ ପ୍ରଶାନ୍ତଙ୍କ ପରିବାର ମଧ୍ୟ ନୂଆଁଖାଇ ଥିଲେ । ନୂଆଁଖାଇ ସାରିବା ପରେ ପରେ କାକା ମୁଗନା ମାଝୀ ପ୍ରଶାନ୍ତଙ୍କ ସହ ଗଣ୍ଡଗୋଳ କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ବିଳମ୍ବିତ ରାତିରେ ପ୍ରଶାନ୍ତ ଏକୁଟିଆ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ମୁଗାନା । ସକାଳ ସମୟରେ ପ୍ରଶାନ୍ତଙ୍କ ମୃତଦେହ ଘରେ ଭିତରେ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀଙ୍କ ସହ ପୋଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବା ସହ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି । ଏହାପରେ ଘଟଣାର ତଦନ୍ତ କରି ଅଭିଯୁକ୍ତ କାକାକୁ ପୋଲିସ ଗିରଫ କରି ପଚରାଉଚୁରା କରୁଥିବା ପୋଲିସ ସୂଚନା ଦେଇଛି । ତେବେ କେଉଁ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା ତାହା ଅସ୍ପଷ୍ଟ ରହିଛି ।
ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡିଲା ଫେସବୁକ ଦୋସ୍ତି, ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା