ଭବାନୀପାଟଣା: ଗାଁ ମଝି ବରଗଛରେ ଝୁଲୁଛି ଯୁବକଙ୍କ ମୃତଦେହ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁରେ । ମୃତ ଯୁବକ ଜଣକ ହେଲେ ସୁପାଡ଼ ଗାଁର ଦିବାକର ମାଝୀ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଆତ୍ମହତ୍ୟା ସନ୍ଦେହ କରୁଛି ପୋଲିସ ।
ଗାଁ ମଝି ବରଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ - ଆମପାଣିରେ ଝୁଲନ୍ତା ମୃତଦେହ ଉଦ୍ଧାର
କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମରୁ ଏକ ଯୁବକର ମୃତଦେହ ଉଦ୍ଧାର କରିଛି ପୋଲିସ । ଅଧିକ ପଢନ୍ତୁ
ଗାଁ ମଝି ବରଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
ଗାଁ ମଝି ବରଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
ଖବରଅନୁସାରେ, ଆଜି(ସୋମବାର) ସକାଳୁ ଗାଁ ମଧ୍ୟରେ ଥିବା ବର ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ଗ୍ରାମବାସୀ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଦିବାକର ମାଝୀ ଦୀର୍ଘ ଦିନରୁ ଘଣ୍ଟିଗୁଡା ଗାଁରେ ନିଜ ମାମୁଙ୍କ ଘରେ ରହିଆସୁଥିଲେ । ତେବେ ପାରିପାର୍ଶ୍ବିକ ସ୍ଥତିକୁ ଦେଖି ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳ ତଦନ୍ତ ପରେ ପ୍ରକୃତ କରାଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।
ଇଟିଭି ଭାରତ, କଳାହାଣ୍ଡି