ଓଡିଶା

odisha

ETV Bharat / state

ଚାକିରି ଦେବା ନାଁରେ ଠକେଇ, ଜେଲ୍ ଗଲା ଅଭିଯୁକ୍ତ - କଳାହାଣ୍ଡି ଚାକିରି ନାଁରେ ଠକେଇ

କଳାହାଣ୍ଡିରେ ଚାକିରି ନାଁରେ ଠକେଇ ମାମଲା । ଜେଲ୍ ଗଲେ ଠକେଇ କମ୍ପାନୀ ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼ର ମୁଖ୍ୟ । ଅଧିକ ପଢନ୍ତୁ

ଚାକିରି ଦେବା ନାଁରେ ଠକେଇ, ଜେଲ୍ ଗଲା ଅଭିଯୁକ୍ତ
ଚାକିରି ଦେବା ନାଁରେ ଠକେଇ, ଜେଲ୍ ଗଲା ଅଭିଯୁକ୍ତ

By

Published : May 18, 2022, 10:44 AM IST

ଭବାନୀପାଟଣା:କଳାହାଣ୍ଡିରେ ଚାକିରି ନାଁରେ ଠକେଇ ମାମଲା । ଜେଲ୍ ଗଲେ ଠକେଇ କମ୍ପାନୀର ମୁଖ୍ୟ । କଳାହାଣ୍ଡି ଜିଲ୍ଲା ଜୁନାଗଡରେ ବେକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରି ଦେବା ଆଳରେ ହଜାର ହଜାର ଟଙ୍କା ଠକେଇ କରିଥିବା ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ମୁଖ୍ୟ ଗୁରୁଦେବ ସେଠଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭବାନୀପାଟଣା SDJM କୋର୍ଟ । ଗୁରୁଦେବଙ୍କୁ ୪ ବର୍ଷ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ୨ ହଜାର ଟଙ୍କା ଜରିମାନା ଏବଂ ଠକେଇର ଶିକାର ହୋଇଥିବା ୯ ଜଣ ଯୁବକ ଯୁବତୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ କାରାଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି ।

ଚାକିରି ଦେବା ନାଁରେ ଠକେଇ, ଜେଲ୍ ଗଲା ଅଭିଯୁକ୍ତ

ସୂଚନା ଅନୁଯାୟୀ, ଶିକ୍ଷିତ ଯୁବବର୍ଗଙ୍କୁ ଚାକିରି ଦେବା ଆଳରେ ବିଭିନ୍ନ କମ୍ପାନୀ ଖୋଲି ଲକ୍ଷାଧିକ ଟଙ୍କା ଲୁଟ୍ ହେଉଥିବାର ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି । ସେହିଭଳି ପଞ୍ଚତତ୍ତ୍ବ ପ୍ରାଇଭେଟ ଲିମିଟେଡ଼ ମୁଖ୍ୟ ଗୁରୁଦେବ ମଧ୍ୟ ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଠକେଇ କରିଥିଲେ । ଏନେଇ ଟାଉନ ଥାନାରେ ଅଭିଯୋଗ ପରେ କଳାହାଣ୍ଡି ଏସପି ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲେ । ଗତବର୍ଷ ମେ 10 ତାରିଖରେ ଜୁନାଗଡରେ ଥିବା କମ୍ପାନୀ କାର୍ଯ୍ୟାଳୟରେ ପୋଲିସ ଟିମ୍ ଚଢାଉ କରି ଗୁରୁଦେବ ସେଠକୁ ଗିରଫ କରିଥିଲା ଏବଂ କୋର୍ଟ ଚାଲାଣ କରିଥିଲା । ମଙ୍ଗଳବାର ଏହି ମାମଲାରେ ରାୟ ଶୁଣାଇଛନ୍ତି SDJM କୋର୍ଟ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details