ଓଡିଶା

odisha

ଅଟୋକୁ ପଛ ପଟୁ ପିଟି ବାଇକ ଆରୋହୀ ମୃତ

By

Published : Sep 20, 2020, 8:31 PM IST

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅଟୋ ପଛରେ ପିଟି ହୋଇ ଜଣେ ବାଇକ ଆରୀହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ କେରୋକୁଡ଼ା ଗାଁ ର ହେମନ୍ତ ଶବର।

ଅଟୋକୁ ପଛ ପଟୁ ପିଟି ବାଇକ ଆରୋହୀ ମୃତ
ଅଟୋକୁ ପଛ ପଟୁ ପିଟି ବାଇକ ଆରୋହୀ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅଟୋ ପଛରେ ପିଟି ହୋଇ ଜଣେ ବାଇକ ଆରୀହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କେସିଙ୍ଗା ଥାନା ଅନ୍ତର୍ଗତ କେରୋକୁଡ଼ା ଗାଁ ର ହେମନ୍ତ ଶବର।

ଅଟୋକୁ ପଛ ପଟୁ ପିଟି ବାଇକ ଆରୋହୀ ମୃତ

ସୂଚନା ଅନୁଯାୟୀ ହେମନ୍ତ ଭିକାଝରଣ ଗାଁ ରୁ ଭବାନୀପାଟଣା ଆସୁଥିବା ସମୟରେ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅଟୋକୁ ପଛ ପଟୁ ଧକ୍କା ଦେଇଥିଲେ ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ।

ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details