ଓଡିଶା

odisha

ETV Bharat / state

ମମିତା ନିଆଁ: କଳା ପତାକା ଦେଖାଇ ଦିବ୍ୟଶଙ୍କରଙ୍କୁ ବିରୋଧ କଲା ଯୁବ କଂଗ୍ରେସ - Youth Congress

ଆଜି(ସୋମବାର) କଳାହାଣ୍ଡି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଭାରେ ମନ୍ତ୍ରୀ ଦିବ୍ୟଶଙ୍କର ଯୋଗ ଦେବା ସମୟରେ ଯୁବ କଂଗ୍ରେସ ତାଙ୍କୁ କଳା ପତାକା ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ମମିତା ନିଆଁ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଯୁବ କଂଗ୍ରେସ କଳା ପତାକା ପ୍ରଦର୍ଶନ
ମମିତା ନିଆଁ: ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଯୁବ କଂଗ୍ରେସ କଳା ପତାକା ପ୍ରଦର୍ଶନ

By

Published : Nov 8, 2021, 12:08 PM IST

Updated : Nov 8, 2021, 12:21 PM IST

ଭବାନୀପାଟଣା:ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମମିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି । ଦିନକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ହୋଇଛି । କଳାହାଣ୍ଡିରେ ଜିଲ୍ଲା ଯୁବ କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ମମିତା ନିଆଁ: କଳା ପତାକା ଦେଖାଇ ଦିବ୍ୟଶଙ୍କରଙ୍କୁ ବିରୋଧ କଲା ଯୁବ କଂଗ୍ରେସ

ମମିତା ନିଆଁରେ ବିରୋଧୀଙ୍କ ଗର୍ଜନରେ ଉଠୁଛି ପଡୁଛି ଓଡ଼ିଶା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି । ବିବାଦ ଭିତରେ ଥିବା ଶିକ୍ଷୟତ୍ରୀ ହତ୍ୟାକାଣ୍ଡ ନ୍ୟାୟ ଦାବିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଜିଲ୍ଲା ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ସଭାସ୍ଥଳକୁ ମନ୍ତ୍ରୀ ଦିବ୍ୟଶଙ୍କର ଯାଉଥିବା ସମୟରେ ଯୁବ କଂଗ୍ରେସ କର୍ମୀ ସହରର ଗୋଶାଲପଡା ଛକ ନିକଟରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଥିଲେ। ସେପଟେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ଅଟକ ରଖିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Nov 8, 2021, 12:21 PM IST

ABOUT THE AUTHOR

...view details