କଳାହାଣ୍ଡି: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ବିଜେପିର ବିକ୍ଷୋଭ, ଧାରଣା ପ୍ରତିବାଦ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିଆଁ ଏବେ ରାଜ୍ୟ ରାଜନୀତିରେ ଜଳିବାରେ ଲାଗିଛି ।
ମମିତା ହତ୍ୟାକାଣ୍ଡ; କୋକସରାରେ ବିଜେପିର ବିକ୍ଷୋଭ - bjp protest Continiune in kalahandi
ମମିତା ମେହେର ହତ୍ୟାକାଣ୍ଡ ଘଟଣା । ବିଜେପିର ବିକ୍ଷୋଭ, ଧାରଣା ପ୍ରତିବାଦ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ ସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିଆଁ ଏବେ ରାଜ୍ୟ ରାଜନୀତିରେ ଜଳିବାରେ ଲାଗିଛି । ଅଧିକ ପଢନ୍ତୁ...
Mamita Meher Case
ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ବୁଧବାର) ଜିଲ୍ଲା ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଘଟଣାର ସିବିଆଇ ତଦନ୍ତ ଦାବିରେ କୋକସରା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି । ଏହା ସହ କୋକସରା ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛି ଦଳ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ