ଭବାନୀପାଟଣା: ମହୁଲପାଟଣା ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଶିକ୍ଷକ ସହ ୭ ଗିରଫ । କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନରେ ଥିବା ମହୁଲପାଟଣା ଘାଟି ରାସ୍ତାରେ କିଛି ଅଜଣା ଦୁର୍ବୃତ୍ତ ସପ୍ତାହ ତଳେ ଗୋରୁ କିଣିବା ପାଇଁ ଆସୁଥିବା ୪ ଜଣ ଗୋରୁ ବେପାରୀଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ କରିଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା ।
ଏନେଇ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଘଟଣାର ୬ ଦିନ ପରେ ପୋଲିସ ଲୁଟରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ ସହ 7 ଜଣଙ୍କୁ ଧରିବାରେ ସଫଳ ହୋଇଛି । ତେବେ ମାଷ୍ଟର ମାଇଣ୍ଡ ଜଣେ ଶିକ୍ଷକ ଥିବା ବେଳେ ସେ କୋକସରା ବ୍ଲକ ଡହଗାଁର ବୋଲି ଜଣାପଡ଼ିଛି ।