କଳାହାଣ୍ଡି: ମହାରାଜା ଉଦିତ ପ୍ରତାପ ଦେଓଙ୍କ ମରଶରୀର ଭବାନୀପାଟଣା ରାଜପ୍ରସାଦରେ ପହଞ୍ଚିଛି। ବର୍ତ୍ତମାନ ରାଜାମଣ୍ଡପରେ ରଖାଯାଇଛି ମହାରାଜଙ୍କ ପାର୍ଥୀବ ଶରୀର । ସାଧାରଣ ଲୋକ ଯାଇ ଶେଷ ଦର୍ଶନ କରିପାରିବେ ।
କଳାହାଣ୍ଡି ରାଜବାଟିରେ ପହଞ୍ଚିଲା ମହାରାଜାଙ୍କ ମରଶରୀର
କଳାହାଣ୍ଡି ରାଜବାଟିରେ ପହଞ୍ଚିଲା ମହାରାଜାଙ୍କ ମରଶରୀର । ଆଜି ଶେଷ ଦର୍ଶନ ପାଇଁ ରାଜାମଣ୍ଡପରେ ମହାରାଜଙ୍କ ପାର୍ଥୀବ ଶରୀର ରଖାଯାଇଛି। ପୁଅଙ୍କ ରାଜ୍ୟାଭିଷେକ ପରେ ହେବ ଅନ୍ତିମ ସଂସ୍କାର ।
ଫଟୋ ସୌଜନ୍ୟ: ସମ୍ବାଦଦାତା,କଳାହାଣ୍ଡି
ବଣିଜ ସଂଘ ପକ୍ଷରୁ ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳୀ ସ୍ବରୁପ ଭବାନୀପାଟଣା ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପରମ୍ପରା ଅନୁଯାୟୀ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ ଅନନ୍ତ ପ୍ରତାପ ଦେଓଙ୍କ ରାଜ୍ୟାଭିଷେକ କରାଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ