ଓଡିଶା

odisha

ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, କାନ୍ଧରେ ବୋହିଲେ ପରିବାର ଲୋକେ - କଳାହାଣ୍ଡିରେ ମିଳିଲାନି ମହାପ୍ରୟାଣ ଗାଡି

ପୁଣି ମୃତଦେହ ବୁହା ଘଟଣାର ପୁନରାବୃତ୍ତି । କଲାହାଣ୍ଡି ଜିଲ୍ଲାରେ ମହାପ୍ରୟାଣ ଗାଡି ନମିଳିବାରୁ କାନ୍ଧରେ ବୁହାହେଲା ମୃତଦେହ । ଅଧିକ ପଢନ୍ତୁ...

Family carried dead body in kalahandi
କାନ୍ଧରେ ମୃତଦେହ ବୋହିଲେ ପରିବାର ଲୋକେ

By

Published : Jan 2, 2020, 1:28 PM IST

କଳାହାଣ୍ଡି: ମିଳିଲାନି ମହାପ୍ରୟାଣ ଗାଡି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଥରେ କାନ୍ଧରେ ବୁହାହେଲା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକରେ । ଯାହା ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ରକୁ ପଦାରେ ପକାଇଛି ।

କାନ୍ଧରେ ମୃତଦେହ ବୋହିଲେ ପରିବାର ଲୋକେ

ସୂଚନା ମୁତାବକ, ବରାପାଲି ଗାଁର କୁନି ନାଏକଙ୍କୁ ଜ୍ଵର ହେବାରୁ ମଙ୍ଗଳବାର ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବୁଧବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ବର୍ଗ ମହାପ୍ରୟାଣ ଗାଡି ମାଗିବାରୁ ଚିକିତ୍ସାଳୟର କର୍ମଚାରୀ ବିଭିନ୍ନ ବାହାନା କରି କଥାକୁ ଏଡାଇ ଦେଇଥିଲେ । ଆଉ ଦୀର୍ଘ ସମୟ ପରେ ବାଧ୍ୟହୋଇ ପରିବାର ଲୋକେ ମୃତଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରି ଥିଲେ ।

ପରିବାର ଲୋକେ ୮ କିମି ମୃତଦେହ ବୋହି ନେବାପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିଲା । ପରିବାର ଲୋକଙ୍କ ପାଖକୁ ପଠାଯାଇଥିଲା ମହାପ୍ରୟାଣ ଗାଡି, କିନ୍ତୁ ପରିବାର ଲୋକେ ନିଜସ୍ବ ଖର୍ଚ୍ଚରେ ଏକ ଗାଡିରେ ମୃତ ଦେହକୁ ଗାଁକୁ ନେଇଥିଲେ ।

ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସରକାର ସ୍ବାସ୍ଥ୍ୟ ବିଭାଗରେ ୫ଟି ଲାଗୁ କରିବା ପରେ ଲୋକଙ୍କ ମନରେ ଅନେକ ଆଶା ସଂଚାର ହୋଇଥିଲା । ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟ ବିଭାଗକୁ ଯୋଡି ଗୋଟିଏ ପଟେ ସରକାର ଗର୍ବ କରୁଥିବା ବେଳେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଜିଲ୍ଲାପାଳ ଏହି ଘଟଣାକୁ ଟ୍ବିଟ ଯୋଗେ ଖଣ୍ଡନ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details