ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ, କୋଭିଡ କଟକଣା ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ - mahasivaratri in kalahandi

କରୋନା କଟକଣା ଭିତରେ କଳାହାଣ୍ଡି ଜିଲ୍ଲାର ପ୍ରତିଟି ଶୈବପୀଠ ଭକ୍ତିମୟ ହୋଇଛି । ଅଧିକ ପଢନ୍ତୁ...

କଳାହାଣ୍ଡିର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ, କୋଭିଡ କଟକଣା ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
କଳାହାଣ୍ଡିର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ, କୋଭିଡ କଟକଣା ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

By

Published : Mar 11, 2021, 9:44 PM IST

ଭବାନୀପାଟଣା: ଆଜି ହେଉଛି ମହା ଶିବରାତ୍ରୀ । ଦେବ ଦେବ ମହାଦେବଙ୍କର ଏହି ଦିନଟିର ବିଶେଷ ମହିମା ରହିଛି । ବିଭିନ୍ନ ଶୈବପୀଠରେ ଆଜି ଭକ୍ତମାନେ ଅତି ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରୁଛନ୍ତି । ତେବେ କରୋନା କଟକଣା ଭିତରେ କଳାହାଣ୍ଡି ଜିଲ୍ଲାର ପ୍ରତିଟି ଶୈବପୀଠରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ମହା ଶିବରାତ୍ରୀ ବା ଜାଗର ଯାତ୍ରା ପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି । କରୋନା କଟକଣା ମାନି ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରୁଛନ୍ତି ।

କଳାହାଣ୍ଡିରେ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ, କୋଭିଡ କଟକଣା ମାନି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଥିବା ଜଳେଶ୍ବର ମନ୍ଦିର, ଭବାନୀଶଙ୍କର ମନ୍ଦିର ସମେତ ବେଲଖଣ୍ଡି ଓ ମୋହନଗିରିଠାରେ ଥିବା ସର୍ବପୁରାତନ ଶୈବପୀଠରେ ପ୍ରଭୁଙ୍କର ପୂର୍ବନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜା ଚାଲିଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

କୋରୋନା ନିୟମ ମାନି ସମସ୍ତ ଭକ୍ତ ଭକ୍ତି ଓ ବିଶ୍ବାସରେ ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରି ମହାପ୍ରଭୁଙ୍କ ଆଶୀଷ ଭିକ୍ଷା କରୁଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ଫିକାଫିକାରେ ପାଳିତ ହେଉଛି ଶିବରାତ୍ରୀ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ଶୈବପୀଠରେ ବ୍ୟତିକ୍ରମ ଦେଖାଯାଇ ନାହିଁ । ମନ୍ଦିରରେ ସାହାଣ ମେଳା ଦର୍ଶନ ଲାଗି ରହିଛି । ରାତି ୧୦ ଟାରୁ ୧୧ଟା ମଧ୍ୟରେ ଜଳେଶ୍ବର ମହାଦେବଙ୍କ ପୀଠରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details