ଓଡିଶା

odisha

ETV Bharat / state

ମା' ଡୋକରି ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା - ବିଶ୍ୱାସର ଦେବୀ ମାଁ ଡୋକରି

ମାଁ ଡୋକରି ଦେବୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟ ଦେବୀ ମାଁ ଡୋକରି ଦେବୀଙ୍କ ମନ୍ଦିରରେ ଗୁପ୍ତ ରୀତିନୀତି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦିନ ୨ ଟା ସମୟରେ ମାଙ୍କ ବିଜୟ ପ୍ରତିମା ଛତର ମନ୍ଦିରରୁ ବାହାରୀ ସହର ପରିକ୍ରମା କରିଥିଲେ । ଅଧିକ ପଢନ୍ତୁ

ମା ଡୋକରି ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
ମା ଡୋକରି ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

By

Published : Oct 5, 2022, 10:39 PM IST

ଭବାନୀପାଟଣା: କଳାହାଣ୍ଡି ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ଦେବୀ ମାଁ ଡୋକରି । ପାର୍ବଣ ଋତୁର ଆଗମନରେ ପୁଲକିତ ହୋଇଛି ଧରାପୃଷ୍ଠ । ପୁରପଲ୍ଲୀରେ ଚାଲିଛି ପୂଜାର୍ଚ୍ଚନା । କେଉଁଠି ମାଁଙ୍କୁ ଫୁଲ ପୁଷ୍ପରେ ପୂଜା କରାଯାଉଥିବା ବେଳେ ଆଉ କତେକ ସ୍ଥାନରେ ରକ୍ତ ମୁଖା ଦେବୀଙ୍କ ଅରାଧାନା କରାଯାଉଛି । ବର୍ଷ ତମାମ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦଶହରାର ମହାଦଶମୀ ତିଥିରେ ମାଙ୍କ ଛାତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ମା ଡୋକରି ଦେବୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଜିଲ୍ଲାର ମିଲକୀ ଅଞ୍ଚଳର ଆରାଧ୍ୟ ଦେବୀ ମାଁ ଡୋକରି କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ବୋର୍ଡର ଠାରେ ରହିଛି ମାଁ ଡୋକରିଙ୍କ ମନ୍ଦିର । ବର୍ଷ ତମାମ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦଶହରାର ମହାଦଶମୀ ତିଥିରେ ମାଙ୍କ ବିଜୟ ପ୍ରତିମା ଛତର ବାହାରି ଥାଏ । ମା’ଙ୍କ କରୁଣା ପାଇବା ପାଇଁ ଲୋକଙ୍କ ଗଗଳି ଜମିଥାଏ ।

ଏହା ମଧ୍ୟ ପଢନ୍ତୁ: ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଦୁଲୁକିଲା ଭବାନୀପାଟଣା

ପରମ୍ପରା ଅନୁଯାୟୀ ଆଶ୍ବୀନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଦିନ ମଧ୍ୟ ରାତ୍ରିରେ ମାନଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ। ସେହି ଦିନ ଠାରୁ ମାଙ୍କ ଷୋଢଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥିବା ବେଳେ ବିଜୟା ଦଶମୀ ତିଥିରେ ମାଙ୍କ ବିଜୟ ପ୍ରତିମା ଛତର ସହର ପରିକ୍ରମା କରିଥାଏ। ଆଜି ମହା ଦଶମୀ ତିଥି ଅଧର୍ମ ଉପରେ ଧର୍ମର ଜୟ ହୋଇଥିବାରୁ ଏହି ଦିନ ମାନଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ମିଲକୀ ଅଞ୍ଚଳର ଆରାଧ୍ୟ ଦେବୀ ମାଁ ଡୋକରି ଦେବୀଙ୍କ ମନ୍ଦିରରେ ଗୁପ୍ତ ରୀତିନୀତି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦିନ ୨ ଟା ସମୟରେ ମାଙ୍କ ବିଜୟ ପ୍ରତିମା ଛତର ମନ୍ଦିରରୁ ବାହାରୀ ସହର ପରିକ୍ରମା କରିଥିଲେ। ଏହି ସମୟରେ ମାନସିକଧାରୀ ନିଜ ନିଜ ମାନସିକ ଅନୁଯାୟୀ ବୋଦା, କୁକୁଡ଼ା ଆଦି ମାଙ୍କ ନିକଟରେ ବଳି ଦେଇଥିଲେ ଫଳରେ ରକ୍ତ ରଞ୍ଜିତ ହୋଇ ଉଠିଥିଲା ମାଁ ଡୋକରି ଦେବୀଙ୍କ ମନ୍ଦିର। ଆଉ ମାଙ୍କଙ୍କ ଏହି ପବିତ୍ର ଛତର ଯାତ୍ରାରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ମାଙ୍କ ବିଜୟ ପ୍ରତିମା ଛତର ସହର ପରିକ୍ରମା ପରେ ମନ୍ଦିର ରେ ପହଞ୍ଚିଥିଲା । ପରେ ମନ୍ଦିରରେ ଜେନା ବଳି ପରିବା ପରେ ଗୁପ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଥିଲା ।


ଏନେଇ ଏକ ଶ୍ରଦ୍ଧାଳୁ କହିଛନ୍ତି ଯେ," ମାଙ୍କ ପାଖରେ ଆମର ଅଗାଢ ବିଶ୍ବାସ ରହିଛି । ଯେତେବେଳେ ଆମେ ଯାହା ମାଙ୍କୁ ମାଗିଛୁ ତାହା ପୂରଣ ହୋଇଛି । ମୋ ଛୁଆକୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ଡାକ୍ତର ଆଶା ଛାଡିବା ପରେ ମଧ୍ୟ ମାଙ୍କ କରୁଣାରୁ ସେ ଭଲ ହୋଇଯାଇଥିଲା । ମାଆମର ସବୁ ଇଚ୍ଛା ପୂରଣ କରନ୍ତି । ଏହି ମନ୍ଦିର ଉନବିଂଶ ଶତାବ୍ଦିରେ ହୋଇଥିଲା । ଆରାଧ୍ୟ ଦେବୀ ମା’ ଡୋକରି ଦେବୀଙ୍କ ମନ୍ଦିରରେ ଗୁପ୍ତ ରୀତିନୀତି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦିନ ୨ ଟା ସମୟରେ ମାଙ୍କ ବିଜୟ ପ୍ରତିମା ଛତର ମନ୍ଦିରରୁ ବାହାରୀ ସହର ପରିକ୍ରମା କରିଥିଲେ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details