ଓଡିଶା

odisha

ETV Bharat / state

ଦଶହରାରେ ପାଳିତ ହେଲା ମା' ଭଣ୍ଡାର ଘରେନଙ୍କ ଛତର ଯାତ୍ରା

ପାଳିତ ହେଲା ମା' ଭଣ୍ଡାର ଘରେନଙ୍କ ଦଶହରା ପର୍ବ । କଳାହାଣ୍ଡି ଜିଲ୍ଲା ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଦେବୀଙ୍କ ବାର୍ଷିକ ଦଶହରା ଓ ଛତର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପାଳିତ ହେଲା ମା' ଭଣ୍ଡାର ଘରେନଙ୍କ  ଛତର ଯାତ୍ରା
ପାଳିତ ହେଲା ମା' ଭଣ୍ଡାର ଘରେନଙ୍କ ଛତର ଯାତ୍ରା

By

Published : Oct 6, 2022, 11:38 AM IST

ଭବାନୀପାଟଣା: କଳାହାଣ୍ଡିରେ ବଡଧୁମଧାମରେ ମା’ଙ୍କ ଛତର ଯାତ୍ରା ଓ ବାର୍ଷିକ ଦଶହରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ଭଣ୍ଡାର ଘରଣୀଦେବୀ । ବର୍ଷ ତମାମ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦଶହରାର ମହାଦଶମୀ ତିଥିରେ ମା’ଙ୍କ ବିଜୟ ପ୍ରତିମା ଛତର ବାହାରି ଥାଏ । କୋରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କୁ ଦର୍ଶନ ମନା ଥିବାବେଳେ ଚଳିତ ବର୍ଷ ମା'ଙ୍କ ଛତର ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା ।

ପାଳିତ ହେଲା ମା' ଭଣ୍ଡାର ଘରେନଙ୍କ ଛତର ଯାତ୍ରା

ପରମ୍ପରା ଅନୁଯାୟୀ, ଆଶ୍ବିନ ମାସ କୃଷ୍ଣପକ୍ଷ ମୂଳାଷ୍ଟମୀ ଦିନ ମଧ୍ୟ ରାତ୍ରିରେ ମା'ଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଥାଏ । ସେହି ଦିନ ଠାରୁ ମା'ଙ୍କ ଷୋଡଦିନାତ୍ମକ ପୂଜା ଆରମ୍ଭ ହୋଇ ବିଜୟା ଦଶମୀ ତିଥିରେ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏନେଇ ମା'ଙ୍କ ପୂଜାରୀ ନିକଟସ୍ଥ ତେନ୍ତୁଳିଆ ପଡାରୁ ପାରମ୍ପାରିକ ବାଜା ସହ ଏକ ଶୋଭଯାତ୍ରାରେ ମନ୍ଦିରକୁ ଆସି ମା'ଙ୍କୁ ଆବାହନ କରିଥାନ୍ତି । ଏଥିସହ ଧର୍ମଗଡ ପୁରୁଣା ଗୋରୁବଜାର ପଡାର ଜୟ ସିଂ ନାଏକଙ୍କ ଘରୁ ପୂଜା ବିଧୂ ପରେ ଛତର ମନ୍ଦିର ଅଭିମୁଖେ ଯାତ୍ରା ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରାସ୍ତାର ଦୁଇ କଡ଼ରେ ଠିଆ ହୋଇ ଯୋଡ ହସ୍ତରେ ମା'ଙ୍କ ଦର୍ଶନ କରିଥିଲେ ।

ତେବେ ମା'ଙ୍କ ପ୍ରତିମା ଛତର ମନ୍ଦିର ଭିତରେ ପ୍ରବେଶ ପରେ ମନ୍ଦିର ପୂଜାରୀ ବନ୍ଦାପନ କରାଯାଇଥିଲା । ଏହି ସମୟରେ ଦେବୀଙ୍କ କାଳିସୀ ଲାଗି ହେବା ପରେ ମୁନିଆ କଣ୍ଟାରେ ଗାଲକୁ ଫୋଡ଼ି ମା'ଙ୍କର ଶକ୍ତି ପ୍ରଦର୍ଶନ କରିବା ଦୃଶ୍ୟ ବେଶ୍ ରୋମାଞ୍ଚକର ଥିଲା । ମୁନିଆ କଣ୍ଟାରେ କାଳିସୀ ମାନେ ଗାଲକୁ ଫୋଡୁଥିଲେ । କିନ୍ତୁ ସେମାନଙ୍କ ଅଙ୍ଗରୁ ବିନ୍ଦୁଟିଏ ମଧ୍ୟ ରକ୍ତ ନ ବାହାରିବା ପ୍ରତିବର୍ଷ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ।

ଏହା କେବଳ ମା'ଙ୍କ ପାଇଁ ସମ୍ଭବ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆବାହମାନ କାଳରୁ ମାଆ ଭଣ୍ଡାରଘରଣୀ ଦେବୀଙ୍କ ଏଭଳି ଧାର୍ମିକ ପରମ୍ପରାକୁ ଲୋକେ ଦେଖିଆସୁଛନ୍ତି । ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା । ଏହି ସମୟରେ ମାନସିକଧାରୀ ନିଜ ନିଜ ମାନସିକ ଅନୁଯାୟୀ ବୋଦା, କୁକୁଡ଼ା ଆଦି ମାଙ୍କ ନିକଟରେ ବଳି ଦେଇଥିଲେ ଫଳରେ ରକ୍ତ ରଞ୍ଜିତ ହୋଇ ଉଠିଥିଲା ଭଣ୍ଡାର ଘରେନଙ୍କ ମନ୍ଦିର । ତେବେ ଏହି ବଳି ପାଇଁ ପ୍ରଶାସନ ଯେତେ କଠୋର ହେଲେ ମଧ୍ୟ ଭକ୍ତଙ୍କ ଧାର୍ମିକ ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details