ଓଡିଶା

odisha

ETV Bharat / state

ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା - କଳାହାଣ୍ଡିରେ ବୃଦ୍ଧ ଦମ୍ପତ୍ତିଙ୍କୁ ମାରଣାନ୍ତକ ଆକ୍ରମଣ

ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତି ଆହତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

looteras attacked on old couple in kalahandi
ବୃଦ୍ଧ ଦମ୍ପତ୍ତିଙ୍କୁ ମାରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା

By

Published : May 31, 2022, 2:11 PM IST

ଭବାନୀପାଟଣା:ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପଞ୍ଜିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ପଞ୍ଜିଆ ଗ୍ରାମର କିଶନ ମେହେରଙ୍କ ଘରେ ପ୍ରାୟ ୧୦ ଜଣ ମୁଖା ପିନ୍ଧି ଦୁର୍ବୃତ୍ତ ପଶିଥିଲେ । ଘର ପଛପଟ ଝରକା ଭାଙ୍ଗି ସେମାନେ ଭିତରକୁ ପଶିଥିବା ବେଳେ କିଶନ ଓ ତାଙ୍କ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘରେ ଥିବା ନଗଦ ୫ ଲକ୍ଷ ୩୫ ହଜାର ଟଙ୍କା, ୫ ଭରି ସୁନା ନେଇ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଧର୍ମଗଡ଼ ମେଡ଼ିକାଲରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି । କିଶନ ଜଣେ କପଡ଼ା ବ୍ୟବସାୟୀ । ବୃଦ୍ଧ ଦମ୍ପତିଙ୍କ ଏକୁଟିଆ ରହିବା ଜାଣି ସମ୍ଭବତଃ ଦୁର୍ବୃତ୍ତ ଏମାନଙ୍କୁ ଟାର୍ଗେଟ କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details