ଓଡିଶା

odisha

ETV Bharat / state

ରୋଗୀ ବେଶରେ ଆସି ଡାକ୍ତରଙ୍କଠୁ ଲୁଟି ନେଲେ ଗହଣା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଗାଁରେ ରୋଗୀ ବେଶରେ ଆସି ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କଠାରୁ ସୁନା ଗହଣା ଲୁଟି ନେଇଛନ୍ତି । ଅଧିକ ପଢନ୍ତୁ...

ରୋଗୀ ବେଶରେ ଲୁଟେରା
ରୋଗୀ ବେଶରେ ଲୁଟେରା

By

Published : Feb 28, 2021, 2:18 PM IST

ଭବାନୀପାଟଣା: ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା । ରୋଗୀ ସାଜି ଡାକ୍ତରଙ୍କଠାରୁ ଲୁଟି ନେଲେ ଗହଣା । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଗାଁରେ ।

ରୋଗୀ ବେଶରେ ଆସି ଡାକ୍ତରଙ୍କଠୁ ଲୁଟ

ସୂଚନାଅନୁସାରେ, ଉତ୍କେଲା ଗାଁରେ ହୋମିଓପ୍ୟାଥିକ ଡାକ୍ତରାଣୀ ରଶ୍ମିତା ମିଶ୍ରଙ୍କ ଘରୁ ଦିନ ଦିପହରରେ ଡକାୟତି ହୋଇଛି । ଜଣେ ଲୋକ ରୋଗୀ ବେଶରେ ଆସି ଡାକ୍ତରାଣୀଙ୍କୁ ପ୍ରଥମେ ପିଇବାକୁ ପାଣି ମାଗିଥିଲେ । ଡାକ୍ତର ରଶ୍ମିତା ପାଣି ପାଇଁ ଘର ଭିତରକୁ ଯିବା ପରେ ତାଙ୍କ ପଛପଟୁ ବନ୍ଧୁକ ଦେଖାଇ ରଶ୍ମିତା ପିନ୍ଧିଥିବା ସମସ୍ତ ଗହଣା ସହିତ ଟଙ୍କା ଓ ଏଟିଏମ ଲୁଟି ନେଇଛି ଲୁଟେରା । ଏହା ସହିତ ଘଟଣା ନେଇ ମୁହଁ ଖୋଲିଲେ ହତ୍ୟା କରିବା ନେଇ ଧମକ ଦେଇଛି ଲୁଟେରା ।

ଘଟଣା ନେଇ ଡାକ୍ତର ଜଣକ କେସିଙ୍ଗା ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିଛି । ଲୁଟେରାକୁ କାବୁ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିିଭି ଭାରତ

ABOUT THE AUTHOR

...view details