ଓଡିଶା

odisha

ETV Bharat / state

ଡକାୟତଙ୍କ ଟାର୍ଗେଟରେ ଗ୍ରାମାଞ୍ଚଳ ବ୍ୟବସାୟୀ, ଟେର ପାଉନି ପୋଲିସ

କଳାହାଣ୍ଡି ଜିଲ୍ଲାରେ ପନ୍ଦର ଦିନରେ ଦୁଇ ଦୁଇଟି ବଡ ଧରଣର ଲୁଟ ଲୋକଙ୍କ ନିଦ ହଜାଇଛି । ଲୁଟେରାଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଅଧିକ ପଢନ୍ତୁ...

ମାତିଛନ୍ତି ଲୁଟେରା
ମାତିଛନ୍ତି ଲୁଟେରା

By

Published : Jan 11, 2021, 7:44 AM IST

ଭବାନୀପାଟଣା: ରାଜ୍ୟରେ ବଢୁଛି ଲୁଟେରାଙ୍କ ଉତ୍ପାତ । କଳହାଣ୍ଡି ଜିଲ୍ଲାରେ 15ଦିନ ଭିତରେ ଦୁଇ ଦୁଇଟି ଲୁଟ ଘଟଣା ସାମ୍ନାକୁ ଆସିଛି । ଲୁଟେରାଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚାଲେଞ୍ଜ ହୋଇଛି ।

ସୂଚନାଅନୁସାରେ, ଗତ 26 ତାରିଖରେ ଜିଲ୍ଲାର ମୋଟେର ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ 40ଲକ୍ଷ ଟଙ୍କା ଲୁଟ ହୋଇଥିଲା । ଏଯାଏଁ ଲୁଟେରାଙ୍କ ଟେର ପାଉନି ପୋଲିସ । ଏହାର ଠିକ 15 ଦିନ ପରେ ଅର୍ଥାତ ଗତକାଲି ବିଳମ୍ବିତ ରାତିରେ ବୋର୍ଡା ସ୍ଥିତ ପେଟ୍ରୋଲ ପମ୍ପ ମାଲିକଙ୍କ ଘରେ ବନ୍ଧୁକ ମୁନରେ ପୁଣି ଆଉ ଏକ ଡକାୟତି ହୋଇଛି ।

ରାଜ୍ୟରେ ବଢୁଛି ଲୁଟେରାଙ୍କ ଉତପାତ

ପେଟ୍ରୋଲ ଟାଙ୍କି ମାଲିକ ରାଜେଶ ଜୈନଙ୍କ ଘରକୁ ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର, କଟର ଓ ବନ୍ଧୁକ ଧରି ପଶି ଆସିଥିଲେ । ପରିବାରର ୩ ସଦସ୍ୟ ଉପରେ ମରଣାନ୍ତକ ଆକ୍ରମଣ କରି ପ୍ରାୟ ୫ଭରି ସୁନା ଓ ନଗଦ ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରିଛନ୍ତି ।

ଲୁଟ ନେଇ ଥାନରେ ଅଭିଯୋଗ ହେବା ପରେ କେଗାଁ ପୋଲିସ ଦୁଇଟି ଟିମ ଗଠନ କରି ଘଟଣା ତଦନ୍ତ ଆରମ୍ଭ କରିଛି । ତେବେ ପନ୍ଦର ଦିନ ଭିତରେ ଗ୍ରମାଞ୍ଚଳରେ ଦୁଇଟି ଦୁଇଟି ବଡ ଧରଣର ଲୁଟ ପୋଲିସର ଚିନ୍ତା ବଢାଇଛି । ସେମାନଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

କଳାହାଣ୍ଡିରୁ ଅଜିଚ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details