ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ କିଛି ଦିନ ହେବ ଚୋରି ଡକାୟତି ବୃଦ୍ଧି ପାଇଥିବା ବେଳେ ଏବେ ଠାକୁରଙ୍କୁ ମଧ୍ୟ ଛାଡିଲେନି ଡକାୟତ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଆରାଧ୍ୟ ଦେବତା ଭୈରବ ଦେବଙ୍କ ମନ୍ଦିରରୁ ଚୋରି ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଭୈରବ ଦେବଙ୍କ ଖଣ୍ଡା, ଟାଙ୍ଗି, ରୂପାରେ ତିଆରି ଛତର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଠାକୁରଙ୍କୁ ବି ଛାଡିଲେନି ଡକାୟତ, ଭୈରବ ମନ୍ଦିରରେ ବୁଲାଇଲେ କଳାକନା - ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଆରାଧ୍ୟ ଦେବତା ଭୈରବ ଦେବଙ୍କ ମନ୍ଦିରରୁ ଚୋରି । ଭୈରବ ଦେବଙ୍କ ଖଣ୍ଡା, ଟାଙ୍ଗି, ରୂପାରେ ତିଆରି ଛତର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରାଯାଇଛି । ଅଧିକ ପଢନ୍ତୁ
ଭୈରବଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ଭୈରବ ଦେବଙ୍କ ମୁଖ୍ୟ ପୂଜକ ପୂଜା କରିବା ପାଇଁ ଆସିଥିବା ବେଳେ ମନ୍ଦିର ଖୋଲା ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ମନ୍ଦିର ଭିତରକୁ ପଶି ଦେଖିଲା ବେଳକୁ ଦେବତାଙ୍କ ଅଳଙ୍କାର ନଥିଲା । ପୂଜକ ତୁରନ୍ତ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂ ଦେଓଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ରାଜା ଓ ପରିଚାଳନା କମିଟି ମନ୍ଦିରକୁ ଆସି ଅନୁଧ୍ୟାନ କଲା ପରେ ଲାଞ୍ଜିଗଡ ପୋଲିସରେ ଏକ ଲିଖିତ ଅଭଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ଜଣାପଡିଛି ।
Last Updated : Jun 29, 2022, 11:49 AM IST