ଓଡିଶା

odisha

ETV Bharat / state

ଲକଡାଉନ ପ୍ରଭାବଶୂନ୍ୟ: ସାପ୍ତାହିକ ହାଟରେ ଜମିଲା ଭିଡ - crowds at the weekly market

ଭବାନୀପାଟଣା ସହରର ସାପ୍ତାହିକ ହାଟ ଭିଡ ଦେଖି ସାମାଜିକ ଦୂରତ୍ବକୁ ଭୁଲିଲେ ଲୋକେ । ଅଧିକ ପଢନ୍ତୁ...

Lockdown is ineffective: crowds at the weekly market
ଲକଡାଉନ ପ୍ରଭାବଶୂନ୍ୟ: ସାପ୍ତାହିକ ହାଟରେ ଜମିଲା ଭିଡ

By

Published : Mar 31, 2020, 9:04 PM IST

ଭବାନୀପାଟଣା: ଲକଡାଉନ ପାଇଁ କଳାହାଣ୍ଡି ପୋଲିସର କଡା ପଦକ୍ଷେପ । ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଥିବା କୋରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ଦୂରତ୍ବକୁ ବିଶେଷ ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ କିଛି ଲୋକେ ସାମାଜିକ ଦୂରତ୍ବ ପ୍ରତି ବିଶେଷ ଗୁରୁତ୍ବ ଦେଉଥିବା ବେଳେ ଭବାନୀପାଟଣା ସହରର ସାପ୍ତାହିକ ହାଟ ଯୋଗୁଁ ଲୋକେ ଏହି ନିର୍ଦ୍ଦେଶନାମାକୁ ଅମାନ୍ୟ କରୁଥିବାର ଦେଖିବାକୁ ମିଳିଛି ।

ଲକଡାଉନ ପ୍ରଭାବଶୂନ୍ୟ: ସାପ୍ତାହିକ ହାଟରେ ଜମିଲା ଭିଡ

ତେବେ ଏ ନେଇ ଟାଉନ ପୋଲିସ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକସ୍ଥଳେ କଡାକଡି ତାଗିଦ କରିଥିଲା । ଏପରିକି ବଢୁଥିବା ଜନସମାଗମକୁ ରୋକିବା ପାଇଁ ସହରର ବିଭିନ୍ନ ରାସ୍ତାକୁ ବ୍ୟାରିକେଡ ଯୋଗେ ବନ୍ଦ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋଭିଡ-୧୯ ନିୟମ ଉଲ୍ଲଙ୍ଘନ ମାମଲାରେ ଜିଲ୍ଲାର ବିଭିନ୍ନ ଥାନାରେ ୮୦ଟି ମାମଲା ରୁଜୁ କରାଯାଇ ୧୨୬ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୬୨ଟି ଯାନବାହାନକୁ ସିଜ କରାଯାଇଥିବା ସୂଚନା ରହିଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details