ଓଡିଶା

odisha

ETV Bharat / state

ଲକଡାଉନ ଭାଙ୍ଗି ଦେଇଛି ଅଟୋ ଚାଳକଙ୍କ ଅଣ୍ଟା

କାଲହାଣ୍ଡି ଅଟୋ ଷ୍ଟାଣ୍ଡ ଏବେ ଯାତ୍ରୀଶୂନ୍ୟ । ବେପାରରେ ଡୋରୀ ଲାଗିଥିବାରୁ ପିଲା ପରିବାର କେମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ କଟୁଛି ଅଟୋ ଚାଳକଙ୍କ ଦିନ । ଅଧିକ ପଢନ୍ତୁ...

ଲକଡାଉନ ଭାଙ୍ଗି ଦେଇଛି ଅଟୋ ଚାଳକଙ୍କ ଅଣ୍ଟା
ଲକଡାଉନ ଭାଙ୍ଗି ଦେଇଛି ଅଟୋ ଚାଳକଙ୍କ ଅଣ୍ଟା

By

Published : May 29, 2020, 8:38 AM IST

ଭବାନୀପାଟଣା: ଅଟୋଚାଳକଙ୍କ ଦୁଃଖ ବଢାଇଛି ଲକଡାଉନ। ମାସେ ପରେ ମିଳିଛି ଚକ ଗଡ଼ିବାକୁ ଅନୁମତି। ହେଲେ ରହିଛି କଟକଣା। ଦିନେ ଅଧେ ନୁହେଁ ଲକଡାଉନ ଯୋଗୁଁ ମାସେ କାଳ ହେଲା ଅଟୋ ଚାଳକଙ୍କ ବ୍ୟବସାୟରେ ପଡିଛି ତାଲା । ଫଳରେ ଅସହ୍ୟ ହୋଇପଡିଛି ପେଟପାଟଣାର ଯନ୍ତ୍ରଣା।

ଲକଡାଉନ ଭାଙ୍ଗି ଦେଇଛି ଅଟୋ ଚାଳକଙ୍କ ଅଣ୍ଟା

ଏ ହେଉଛି କାଲହାଣ୍ଡି ଅଟୋ ଷ୍ଟାଣ୍ଡର ଦୃଶ୍ୟ । ଯେଉଁଠି ଦୈନିକ ହଜାର ହଜାର ଯାତ୍ରୀଙ୍କୁ ଦେଖି ଅଟୋ ଚାଳକଙ୍କ ଛାତି କୁଣ୍ଢେମୋଟ ହେଉଥିବା ବେଳେ ଏବେ ଏହି ସ୍ଥାନ ଯାତ୍ରୀ ଶୂନ୍ୟ । ସହରଠାରୁ ଗ୍ରାମାଞ୍ଚଳକୁ ଯାତାୟାତ ପାଇଁ ଅଟୋ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହାକୁ ଭରସା କରି ବିଭିନ୍ନ ସ୍ଥାନରୁ ପେଟ ପୋଷିବାକୁ ଆସିଥାନ୍ତି ଚାଳକ। ହେଲେ ଏମାନଙ୍କର ଭାଗ୍ୟରେ ଯେ ଦିନେ ଏମିତି ଦିନ ଆସିବ ତାହା ଚିନ୍ତା ବାହାରେ ଥିଲା।

ଉଚ୍ଚଶିକ୍ଷିତ ବେକାରୀଙ୍କର ଜୀବନ ଜୀବିକାର ଏକ ଭରସାଯୋଗ୍ୟ ମାଧ୍ୟମ ପାଲଟିଛି ଅଟୋ। ହେଲେ ଏତେ ଦିନ ଧରି ବେପାରରେ ଡୋରୀ ଲାଗିଥିବାରୁ ପିଲା ପରିବାର କେମିତି ବଞ୍ଚିବେ ତାକୁ ନେଇ ତିନ୍ତାରେ କଟୁଛି ଅଟୋ ଚାଳକଙ୍କ ଦିନ । ଆଉ ଏପଟେ ରାଜ୍ୟ ସରକାର ଅଭାବୀ, ଦିନ ମଜୁରିଆ ଓ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଘୋଷଣା କରିଥିବାରୁ ଏମାନଙ୍କ ପାଇଁ ବି ସହଯୋଗର ହାତ ବଢ଼ାଇବା ଦରକାର ବୋଲି ଜିଲ୍ଲାର ବିଭିନ୍ନ ଅଟୋ ଚାଳକ ସଙ୍ଘ ଦାବିକରିଛନ୍ତି ।

କଳାହାଣ୍ଡିରୁ ଆଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details