କଳାହାଣ୍ଡି: ଅଶାନ୍ତ କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ । ରବିବାର ସନ୍ଧ୍ୟାରେ 7 ଜଣ ଅଣଛାତ୍ର କଲେଜ କ୍ୟାମ୍ପସରେ ପଶି 3 ଜଣ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କଲେଜ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ ଅନେକ ସମୟରେ ଅଣଛାତ୍ର କଲେଜ ମଧ୍ୟରେ ପ୍ରବେଶ କରି ଗଣ୍ଡଗୋଳ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।
ଉକ୍ତ ସମସ୍ୟା ସମ୍ପର୍କରେ ଛାତ୍ରଛାତ୍ରୀ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଫଳରେ କଲେଜ କ୍ୟାମ୍ପସରେ ବାରମ୍ବାର ଅଣଛାତ୍ର ପ୍ରବେଶ କରି ଗଣ୍ଡଗୋଳ କରୁଛନ୍ତି । ବାଧ୍ୟ ହୋଇ ଆଜି ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସର ସୁରକ୍ଷାକୁ କଡାକଡି କରିବା ଏବଂ ହଷ୍ଟେଲରେ ସିସିଟିଭି ଲଗାଇବା ଦାବିରେ କଲେଜ ଗେଟକୁ ତାଲା ପକାଇଥିଲେ । ଏଥିସହିତ କ୍ୟାମ୍ପସ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।