ଓଡିଶା

odisha

ETV Bharat / state

ଦୁର୍ଘଟଣାରେ 3 ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ - ଜାତୀୟ ରାଜପଥ

କଳାହାଣ୍ଡିରେ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ଘଟିବା ପରେ ସେମାନଙ୍କ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ 26କୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ଦୁର୍ଘଟଣାରେ 3 ମୃତ,  କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
ଦୁର୍ଘଟଣାରେ 3 ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

By

Published : Jul 6, 2021, 8:44 PM IST

ଭବାନୀପାଟଣା: ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟସ୍ଥ ଏକ ରାସ୍ତାରେ ଥିବା ଗଛରେ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଡାକ୍ତର 3 ଜଣଙ୍କୁ ମୃତ ଘୋଷଣା କରିବା ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ଦୁର୍ଘଟଣାରେ 3 ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ୪ ଜଣ ଯୁବକ ଏକ ବାଇକରେ ବିଳମ୍ବିତ ରାତିରେ ଝାରବନ୍ଧ ଗ୍ରାମରୁ ଜୁନାଗଡ଼ ଆସୁଥିଲେ । ବିଳମ୍ବିତ ରାତିରେ ମୂର୍ଲାପଦର ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ଗୁରୁତର ଭାବେ ପଡି ଯାଇଥିଲେ । ଏନେଇ ଅଞ୍ଚଳର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସେଠାରେ ଡାକ୍ତର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗ୍ରାମର 2 ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଚଞ୍ଚରା ଭାଡ଼ି ଗ୍ରାମର ରାଜୁ ଵଗର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଝାରବନ୍ଧ ଗ୍ରାମର ମୁକେଶ ମାଝୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହାପରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଡାକ୍ତରଖାନାରୁ ୩ ଜଣଙ୍କ ମୃତଦେହ ଆଣି ଜୁନାଗଡ଼ ଥାନା ସମ୍ମୁଖ ଜାତୀୟ ରାଜପଥ ୨୬ ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଏହାସହିତ ସେମାନେ ସରକାରଙ୍କ ନିକଟରେ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details