ଓଡିଶା

odisha

By ETV Bharat Odisha Team

Published : Nov 23, 2023, 9:27 PM IST

ETV Bharat / state

ବାକିଆ ଟଙ୍କା ମାଗିବାରୁ ଜାଳିଦେବା ଘଟଣା, ହସ୍ପିଟାଲରେ ଆଖି ବୁଜିଲେ ପୀଡିତ

ଉଧାରି ଟଙ୍କା ମାଗିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେବା ଘଟଣା । କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ପୋଲିସର ହାତ ଖାଲି । ଅଧିକ ପଢନ୍ତୁ

ଉଧାରୀ ଟଙ୍କା ମାଗିବାରୁ ଜାଳିଦେବା ଘଟଣା, ହସ୍ପିଟାଲରେ ଆଖି ବୁଜିଲେ ପୀଡିତ
ଉଧାରୀ ଟଙ୍କା ମାଗିବାରୁ ଜାଳିଦେବା ଘଟଣା, ହସ୍ପିଟାଲରେ ଆଖି ବୁଜିଲେ ପୀଡିତ

ଭବାନୀପାଟଣା:ଉଧାରି ଟଙ୍କା ମାଗିବା ପଡ଼ିଲା ମହଙ୍ଗା । ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ଦୂର୍ବୁର୍ତ୍ତ । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ମେଡିକାଲରେ ଯୁବକଙ୍କ ମୃତ । ସେପଟେ ପୋଲିସର ହାତ ଖାଲି ।ପୋଲିସର ବିଫଳତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।


ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ନିକଟ କସାକେନ୍ଦୁ ଅଞ୍ଚଳର ଅଞ୍ଜନ ପାଢ଼ୀ କିଛି ବ୍ୟକ୍ତିଙ୍କୁ ହାତ ଉଦ୍ଧାର ଟଙ୍କା ଦେଇଥିଲେ । ଗତ ୧୬ ତାରିଖ ଦିନ ସେହି ଟଙ୍କା ମାଗିବାରୁ କିଛି ଦୁର୍ବୃତ୍ତ ଅଞ୍ଜନଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । କୌଣସୀ ମତେ ପରିବାର ଲୋକେ ଖବର ପାଇଁ ଅଞ୍ଜନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅଞ୍ଜନ ପ୍ରାୟ ୨ଲକ୍ଷ ଟଙ୍କା ଜଣେ ବ୍ୟକ୍ତିଙ୍କୁ ହାତ ଧାର ଦେଇଥିଲେ । ବାରମ୍ବାର ଟଙ୍କା ଫେରସ୍ତ ମାଗିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଶୁଣୁ ନଥିଲେ । ତେବେ ଗତ ୧୬ ତାରିଖ ଦିନ ଟଙ୍କା ଫେରସ୍ତ କରିବା ପାଇଁ ଅଞ୍ଜନଙ୍କୁ ଉଧାର ନେଇଥିବା ବ୍ୟକ୍ତି ଡାକିଥିଲା ଖଡ଼ିଆଳ ରାସ୍ତା ପଟକୁ ଏବଂ ଅଞ୍ଜନ ଏକା ଥିବାଦେଖି ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଜଗତସିଂହପୁରର ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଗିରଫ, ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ

ଏହା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ଅଞ୍ଜନଙ୍କ ପରିବାର ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି । ଏହାରି ଭିତରେ ଆଜି ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଗୋଟିଏ ସପ୍ତାହ ଧରି ପୋଲିସ ଅଭିଯୁକ୍ତର ଟେର ପାଇପାରି ନାହିଁ । ଫଳରେ ପୋଲିସର ବିଫଳତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ.....ମାୟାନଗରୀରେ ଅପରାଧ: ରାସ୍ତାକଡରେ ପଡିଥିବା ସୁଟକେଶରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରିି

ଏହା ମଧ୍ୟ ପଢନ୍ତୁ....ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details