ଓଡିଶା

odisha

By

Published : Jan 2, 2022, 7:35 PM IST

ETV Bharat / state

ଲକ୍ଷାଧିକ ଟଙ୍କାର ଦେଶୀମଦ ସହ 5 ଜଣଙ୍କୁ ଗିରଫ କଲା ପୋଲିସ

ଅବକାରୀ ବିଭାଗର ଚଢାଉ । ୪ଟି ଗାଁରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ଲକ୍ଷାଧିକ ଟଙ୍କାର ଦେଶୀମଦ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ
ଲକ୍ଷାଧିକ ଟଙ୍କାର ଦେଶୀମଦ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ

ଭବାନୀପାଟଣା:ଅବକାରୀ ବିଭାଗକୁ ବଡ଼ ସଫଳତା । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଅବାଧ ମଦ କାରବାର। ଗାଁ ଗାଁରେ ବେଆଇନ ମଦ କରି ରୋକିବାକୁ ନେଇ ଅନେକ ସମୟରେ ଲୋକେ ପ୍ରତିବାଦର ସ୍ଵର ଉଠାଇବାରେ ଲାଗିଛନ୍ତି । ତଥାପି ମଦ ମାଫିଆଙ୍କୁ କୌଣସି ପ୍ରଭାବ ପଡୁ ନଥିବା ଦେଖିବାକୁ ମିଳୁଛି । ଆଉ ଏହି ମଦ କାରବାରରେ ଏବେ ମହିଳାଙ୍କ ମଧ୍ୟ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି ।

ଲକ୍ଷାଧିକ ଟଙ୍କାର ଦେଶୀମଦ ସହ ୪ ଜଣଙ୍କୁ ଗିରଫ କଲା ପୋଲିସ

ଏଭଳି କିଛି ଅଭିଯୋଗ ହେବା ପରେ ଅବକାରୀ ବିଭାଗର ଆଜି ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ମଦ ବେପାରୀକୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଜିଲ୍ଲାର ଜୟପାଟଣା ଅନ୍ତର୍ଗତ ମାଲଗୁଣ୍ଡି,ହୀରାପୁର,କୁଚାଗାଁ ,ଶିବରାମପୁର ଗାଁ ରେ ବେଆଇନ ରନ୍ଧା ମଦ ବିକ୍ରି ହେଉଥିବା ଖବର ପାଇ ଧର୍ମଗଡ଼ ଅବକାରୀ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହି ୪ଟି ଗାଁରେ ଏକକାଳୀନ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ କରିଛି ପୋଲିସ । ମହୁଲ ପୋଚ ଓ ମଦ ତିଆରି ସାମଗ୍ରୀ ଜବତ କରିବା ସହ ୪ ଜଣ ଯୁବକ ଓ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details