ଓଡିଶା

odisha

By

Published : Sep 9, 2020, 3:26 PM IST

Updated : Sep 10, 2020, 10:19 AM IST

ETV Bharat / state

କୋରୋନା ଭୟରେ ହସ୍ପିଟାଲ ଆସୁ ନାହାନ୍ତି ରୋଗୀ, ଖାଁ ଖାଁ ଓପିଡି

କୋରୋନା ସଂକ୍ରମଣ ହେବା ଭୟରେ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଡାକ୍ତରଖାନାକୁ ଆସୁ ନାହାନ୍ତି ରୋଗୀ । ଖାଲି ପଡୁଛି ଓପିଡି । ଅଧିକ ପଢ଼ନ୍ତୁ...

less number of patients in OPD, less patients coming to the district hospital, district hospital of kalahandi, fear of corona infection, OPD service, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରୋନା ଭୟରେ ଆସୁ ନାହାନ୍ତି ରୋଗୀ, ରୋଗୀଙ୍କୁ ସଂକ୍ରମଣ ଭୟ, କଳାହାଣ୍ଡି ଖବର
ଆସୁ ନାହାନ୍ତି ରୋଗୀ, ଖାଁ ଖାଁ ଓପିଡି

ଭବାନୀପାଟଣା: ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ସ୍ଥିତି ପରିଚାଳନା ପାଇଁ ତତ୍ପର ରାଜ୍ୟ ସରକାର । ପ୍ରତି ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଖୋଲିଛି ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ । ହେଲେ ଏସବୁ ଭିତରେ କିନ୍ତୁ ଏବେ ଖାଁ ଖାଁ ଡାକ୍ତରଖାନାର ଓପିଡି।

ଆସୁ ନାହାନ୍ତି ରୋଗୀ, ଖାଁ ଖାଁ ଓପିଡି

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡାକ୍ତରଖାନାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଆଉ ଦେଖିବାକୁ ମିଳୁ ନାହିଁ ରୋଗୀଙ୍କ ଭିଡ଼ । ଆଉ ଏହାର କାରଣ ହେଉଛି ଚାରିଆଡେ ବ୍ୟାପିଥିବା କୋରୋନାର ଭୟ । ଲୋକଙ୍କ ମନରେ କୋରୋନା ସଂକ୍ରମିତ ହୋଇଯିବା ନେଇ ଭୟ ଲାଗିରହୁଛି । ଯାହା କାରଣରୁ ସେମାନେ ଅସୁସ୍ଥ ଥିବା ସତ୍ତ୍ବେ ଡାକ୍ତରଖାନାକୁ ଆସିବାକୁ ଅମଙ୍ଗ ହେଉଛନ୍ତି ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ କୋରୋନାକୁ ନେଇ ସାଧାରଣ ଲୋକଙ୍କ ମନରେ ସଂକ୍ରମଣର ଭୟ ଯୋଗୁଁ ବିଗତ ବର୍ଷ ମାନଙ୍କ ତୁଳନାରେ ଗତ ମାର୍ଚ୍ଚ ମାସରୁ ଜୁନ ମାସ ସୁଦ୍ଧା ଡାକ୍ତରଖାନାର ଓପିଡି ମାନଙ୍କରେ ପ୍ରାୟ ୬୦ ପ୍ରତିଶତ ରୋଗୀଙ୍କ ଆସିବା କମିଯାଇଛି । କୋରୋନା ଯୋଗୁଁ ଡାକ୍ତରଖାନା ମାନଙ୍କରେ ଓପିଡି ସେବାକୁ ବନ୍ଦ ମଧ୍ୟ କରାଯାଇଥିଲା । ଏସବୁ ଭିତରେ ଯକ୍ଷ୍ମା ରୋଗୀ ବେଶ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ନିୟମିତ ଚେକଅପ ସହ ଡାକ୍ତରଖାନାରୁ ନିୟମିତ ଔଷଧ ନେଇ ଖାଉଥିବା ରୋଗୀ ମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେପଟେ ଏସବୁକୁ ସ୍ବୀକାର କରିବା ସହ ବର୍ତ୍ତମାନ ଓପିଡିରେ ରୋଗୀ ସଂଖ୍ୟା ବଢ଼ୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । କୋରୋନା ଜନିତ ନିୟମ ପାଳନ କରି ଡାକ୍ତରଖାନା ଆସିଲେ ସଂକ୍ରମଣର ଭୟ ରହିବ ନାହିଁ ବୋଲି ସେ କହିଛନ୍ତି । କୋରୋନା କାଳରେ ସ୍ବାସ୍ଥ୍ୟ ସେବା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଗଲେ ଲୋକ ସଂକ୍ରମଣ ଭୟ ଛାଡି ଡାକ୍ତରଖାନାକୁ ପୁଣି ଆସିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Sep 10, 2020, 10:19 AM IST

ABOUT THE AUTHOR

...view details