ଓଡିଶା

odisha

ETV Bharat / state

Panchayat Poll: ନିୟମଗିରିରେ ସରପଞ୍ଚ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଲକ୍ଷ୍ମୀ ମାଝୀ - ୨୦ ବର୍ଷ ପରେ ଭୋଟ ଦେଲା ତ୍ରିଲୋଚନପୁର ପଞ୍ଚାୟତ

ଦୀର୍ଘ ୨୦ବର୍ଷ ପରେ ନିର୍ବାଚନ ହୋଇଥିବାବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତ ସାବ୍ୟସ୍ତ କରିଥିଲେ ତ୍ରିଲୋଚନପୁର ବାସିନ୍ଦା । ଏହି ନିର୍ବାଚନୀ ବାଜିରେ ୫ଟି ଭୋଟରେ ଲକ୍ଷ୍ମୀ ମାଝୀ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ନିୟମଗିରିରେ ସରପଞ୍ଚ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଲକ୍ଷ୍ମୀ ମାଝୀ
Panchayat Poll: ନିୟମଗିରିରେ ସରପଞ୍ଚ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଲକ୍ଷ୍ମୀ ମାଝୀ

By

Published : Mar 12, 2022, 8:51 PM IST

ଭବାନୀପାଟଣା:ମାଓବାଦୀଙ୍କ ଭୟରେ ତ୍ରିଲୋଚନପୁର ପଞ୍ଚାୟତରେ ଭୋଟ ଦେଉନଥିଲେ ପଞ୍ଚାୟତବାସୀ । ଦୀର୍ଘ ୨୦ବର୍ଷ ପରେ ନିର୍ବାଚନ ହୋଇଥିବାବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତ ସାବ୍ୟସ୍ତ କରିଥିଲେ ତ୍ରିଲୋଚନପୁର ବାସିନ୍ଦା । ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ୨ ମହିଳାଙ୍କ ମଧ୍ୟରେ ଟକ୍କର ହୋଇଥିଲା।

Panchayat Poll: ନିୟମଗିରିରେ ସରପଞ୍ଚ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଲକ୍ଷ୍ମୀ ମାଝୀ

ଏହି ନିର୍ବାଚନୀ ବାଜିରେ ୫ଟି ଭୋଟରେ ଲକ୍ଷ୍ମୀ ମାଝୀ ବିଜୟୀ ହୋଇଛନ୍ତି । ଲକ୍ଷ୍ମୀ ମାଝୀ ୪୨୧ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ଟତମ ପ୍ରତିଦ୍ବନ୍ଦୀ ସୋନାଲି ମାଝୀ ୪୧୬ ଖଣ୍ଡ ଭୋଟ ପାଇଥିଲେ । ସରପଞ୍ଚ ଲକ୍ଷ୍ମୀ ମାଝୀ ପଞ୍ଚାୟତ କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଅଧିକାରୀ ସରୋଜ ମହାରଣା, ନବ ନିର୍ବାଚିତ ୧୧ଟି ୱାର୍ଡସଭ୍ୟ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ: Panchayat Poll: ୨୦ ବର୍ଷ ପରେ ଭୋଟ ଦେଲା ତ୍ରିଲୋଚନପୁର ପଞ୍ଚାୟତ

ଅନ୍ୟପଟେ ୱାର୍ଡସଭ୍ୟମାନେ ନାଏବ ସରପଞ୍ଚ ଭାବେ ତରଣୀସେନ ବାଗଙ୍କୁ ଚୟନ କରିଥିଲେ। ମାଓପ୍ରବଣ ଅଞ୍ଚଳ ହୋଇ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରାଯାଇଥିଲା।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details