ଓଡିଶା

odisha

ETV Bharat / state

Panchayat Polls: କଳାହାଣ୍ଡିରେ 158 ପ୍ରାର୍ଥୀ କଲେ ନାମାଙ୍କନ ଦାଖଲ - କଳାହାଣ୍ଡିରେ ୩୬ଟି ଜିଲ୍ଲା ପରିଷଦ ଆସନ ରାଜନୈତିକ ଦଳର ନାମାଙ୍କନ

ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ ପ୍ରକ୍ରିୟା । ଗାଁରୁ ଆରମ୍ଭ କରି ସହର ଚାରିଆଡେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

panchayat election nomination in kalahandi district
ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା

By

Published : Jan 22, 2022, 9:00 AM IST

ଭବାନୀପାଟଣା: ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ଦାଖଲ ପ୍ରକ୍ରିୟା । ଗାଁରୁ ଆରମ୍ଭ କରି ସହର ଚାରିଆଡେ ନିର୍ବାଚନୀ ତାତି ଦେଖିବାକୁ ମିଳିଛି । ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ଲାଗି ପଡିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ।

ତେବେ କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ୩ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ସମସ୍ତ ପ୍ରାର୍ଥୀ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିଲା ତତ୍ପରତା।

ତେବେ ଜିଲ୍ଲାରେ ୩ ପ୍ରମୁଖ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୧୫୮ ଜଣ ପ୍ରାର୍ଥୀ । ସେହିପରି ସରପଞ୍ଚ ପଦବୀ ପାଇଁ ୧୫୯୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୧୪୨୦ , ୱାର୍ଡ ମେମ୍ବର ୫୭୧୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ କୋଭିଡ କଟକଣାକୁ ମାନି ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details