ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମଦନପୁର ରାମପୁର ବନାଞ୍ଚଳ ଅଧିକାରୀ ଅତିସ କୁମାର ଦାସଙ୍କ ନେତୃତ୍ବରେ ପାଟ୍ରୋଲିଂ କରୁଥିବା ସମୟରେ କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ପୁଟ୍ରିମହୁଲ ଗାଁ ନିକଟରେ ପିକପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲେ । ତଦନ୍ତ ସମୟରେ ପିକଅପ ଭ୍ୟାନରେ ସାଇଜ ଶାଳ କାଠ ଚୋରାଚାଲାଣ ହେଉଥିବା ଜଣାପଡିବା ପରେ ପିକଅପ ଭ୍ୟାନ ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନବିଭାଗ।
ବିପୁଳ ଶାଳ କାଠ ଜବତ: ତିନି ଅଭିଯୁକ୍ତ ଗିରଫ - kalahandi wood seized
କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମଦନପୁରରେ ପିକପ ଭ୍ୟାନରେ ସାଇଜ ଶାଳ କାଠ ଚୋରାଚାଲାଣ ହେଉଥିବା ଜଣାପଡିବା ପରେ ପିକପ ଭ୍ୟାନ ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବନବିଭାଗ। ଅଧିକ ପଢନ୍ତୁ...
ବିପୁଳ ଶାଳ କାଠ ଜବତ: ତିନି ଅଭିଯୁକ୍ତ ଗିରଫ
ବିପୁଳ ଶାଳ କାଠ ଜବତ: ତିନି ଅଭିଯୁକ୍ତ ଗିରଫ
ଗିରଫ ଅଭିଯୁକ୍ତ ମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ଅଞ୍ଚଳର ରାଜକୁମାର ବିଭାର, ମୋହନ ଭୋସାଗର ଓ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳର ପ୍ରଫୁଲ୍ଲ କୁମାର ନାଏକ ବୋଲି ଜଣା ପଡ଼ିଛି। ଅଧିକ ତଦନ୍ତ ପରେ ଗିରଫ ଅଭିଯୁକ୍ତ ମାନଙ୍କ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଥିବା ବେଳେ ଜବତ କାଠର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ