ଓଡିଶା

odisha

ETV Bharat / state

ଶ୍ରାବଣ ମାସର ଶେଷ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ - କଳାହାଣ୍ଡି ଜିଲ୍ଲା ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ

ଶ୍ରାବଣ ମାସର ଶେଷ ସୋମବାର ଅବସରରେ କଳାହାଣ୍ଡିର ବିଭିନ୍ନ ଶୈବପୀଠରେ ଜମିଛି କାଉଡ଼ିଆଙ୍କ ପ୍ରବଳ ଭିଡ଼ । ଅଧିକ ପଢନ୍ତୁ

ଶ୍ରାବଣ ମାସର ଶେଷ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଶ୍ରାବଣ ମାସର ଶେଷ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

By

Published : Aug 8, 2022, 1:16 PM IST

Updated : Aug 8, 2022, 4:11 PM IST

ଭବାନୀପାଟଣା: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର (Last Sawan Monday) । ଭୋଳାବାବାଙ୍କ ଭକ୍ତଙ୍କ ପାଇଁ ଆଜିର ଦିନର ମହତ୍ତ୍ବ ଢେର ଅଧିକ । ବିଶ୍ବାସ ରହିଛି ଶ୍ରାବନ ସୋମବାର ମହାଦେବଙ୍କ ଜଳଲାଗି କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିଲାଗି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।

ଶ୍ରାବଣ ମାସର ଶେଷ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଭବାନୀପାଟଣା ସହରର ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ବର ମନ୍ଦିର, ପୁରୁଣାପଡ଼ା ଧବଳେଶ୍ବର ମନ୍ଦିର ସମେତ ଜିଲ୍ଲାର ଅନେକ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମନ୍ଦିର ମାନଙ୍କରେ କାଉଡ଼ିଆ ଲମ୍ବା ଲାଇନ ଲାଗିଛି । ଭିଡ଼କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିବାବେଳେ, ଧାଡ଼ିରେ ଯାଇ ମହାଦେବଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ତେବେ କୋରୋନା ମହାମାରୀ ଯୋଗୁଁ ଗତ ୨ବର୍ଷ ଧରି କୋଭିଡ଼ କଟକଣା ଯୋଗୁଁ ଖାଲି ରହିଥିଲା ସମସ୍ତ ଶିବାଳୟ । କିନ୍ତୁ କୋଭିଡ କଟକଣାରେ କୋହଳ ହେବା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ବର୍ଷକ ୧୨ ମାସରେ ଶ୍ରାବଣ ମାସର ମହିମା ଅବର୍ଣ୍ଣନୀୟ । ଭୋଳାବାବାଙ୍କ ପ୍ରିୟ ମାସ ଶ୍ରାବଣ ହୋଇଥିବାବେଳେ, ଏହି ମାସରେ ଶିବଙ୍କ ଉପାସନାର ବଡ଼ ମହତ୍ତ୍ବ ରହିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 8, 2022, 4:11 PM IST

ABOUT THE AUTHOR

...view details