ଭବାନୀପାଟଣା: ବନବିଭାଗକୁ ସଫଳତା । କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡି ଅଧିନସ୍ଥ ଦୁଆରସୁନି ଗାଁରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢାଉରେ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି ।
ସୂଚନାଅନୁଯାୟୀ, ଦୁଆରସୁନି ଗାଁର କିଛି କାଠ ମାଫିଆ ବେଆଇନ କାଠ ଚାଲାଣ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହା ପରେ ଉତ୍ତର ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ ଦୁଆରସୁନି ଗାଁରେ ଚଢ଼ାଉ କରିଥିଲେ । ଚାଢ଼ାଉରେ ତିନିଲକ୍ଷରୁ ଭର୍ଦ୍ଧ୍ବ ଟଙ୍କାର ଶାଳ କାଠ ଜବତ କରିଛି ବନବିଭାଗ ।