ଓଡିଶା

odisha

ETV Bharat / state

ଗ୍ରାହକ ସେବା କେନ୍ଦ୍ର ଖୋଲି ଲକ୍ଷାଧିକ ଟଙ୍କା ଠକେଇ, 3 ଗିରଫ - କଳାହାଣ୍ଡି ଖବର

ଗ୍ରାହକ ସେବା କେନ୍ଦ୍ର ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ତିନି ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Fraud  lakhs of rupees
Fraud lakhs of rupees

By

Published : Jul 9, 2023, 3:11 PM IST

Fraud lakhs of rupees

ଭବାନୀପାଟଣା: ଗ୍ରାହକ ସେବା କେନ୍ଦ୍ର ଖୋଲି ଲକ୍ଷ ଲକ୍ଷ ଟଙ୍କା ଠକେଇ । ବାର୍ଦ୍ଧକ୍ୟ ଭତ୍ତା, ଚାଷୀଙ୍କ କାଳିଆ ଯୋଜନା ଟଙ୍କା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଟଙ୍କାକୁ ହିତାଧିକାରୀଙ୍କ ଟିପ ଚିହ୍ନ ନେଇ ଠକେଇ। ଲକ୍ଷେ କୁ ଦୁଇ ଲକ୍ଷ ନୁହଁ ବରଂ ପ୍ରାୟ 28 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ କଳାହାଣ୍ଡି ଜିଲ୍ଲା ମୋହନଗୁଡା ଗ୍ରାମର ଗୋଟିଏ ପରିବାରର ତିନି ସଦସ୍ୟ । ଥାନାରେ ଅଭିଯୋଗ ପରେ ପୋଲିସ 3ଜଣଙ୍କୁ ଗିରଫ କରି ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହା ମଧ୍ୟ ପଢନ୍ତୁ-QR Code Scam: ଠକିଥିଲା ୧୪କୋଟି, ଉତ୍ତରପ୍ରଦେଶରୁ ଧରିଲା EOW

ମୋହନଗୁଡା ଗ୍ରାମର ହରିଶଚନ୍ଦ୍ର ରାଉତ, ତାଙ୍କ ମାଆ ଶରସ ରାଉତ ଓ ଅଲେରା ରାଉତ ମିଶି ଗ୍ରାମରେ ଏକ ଗ୍ରାହକ ସେବାକେନ୍ଦ୍ର ଖୋଲିଥିଲେ । ଦୀର୍ଘ ଦୁଇ ବର୍ଷ ଧରି ଗାଁରେ ଗ୍ରାହକ ସେବାକେନ୍ଦ୍ର ଟିଏ ଖୋଲି ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ । ହେଲେ ସେବା ଯୋଗାଇ ଦେବା ନାଁରେ ଗ୍ରାହକଙ୍କଠାରୁ ଠକି ନେଇଥିଲେ ଲକ୍ଷାଧିକ ଟଙ୍କା । ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ପାଖକୁ ଆସୁଥିବା ବାର୍ଦ୍ଧକ୍ୟ ଭତ୍ତା, ଚାଷୀଙ୍କ କାଳିଆ ଯୋଜନା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କକୁ ଟିପ ଚିହ୍ନରେ ଲୁଟ କରୁଥିଲେ । ଏଥିସହ ସ୍ବୟଂ ସହାୟକ ଗୋଷ୍ଠୀଙ୍କଠୁ ଫିଙ୍ଗର ସ୍କାନର ଜରିଆରେ ପଇସା ଠକି ନେଇ ନିଜ ପରିବାର ସହ ଫେରାର ମାରିଥିଲେ ଗ୍ରାହକ ସେବା କେନ୍ଦ୍ର ମାଲିକ ହରିଶଚନ୍ଦ୍ର ରାଉତ, ତାଙ୍କ ମାଆ ଓ ଜଣେ ମହିଳା ।

ଏହା ମଧ୍ୟ ପଢନ୍ତୁ-ୱାର୍କ ଫ୍ରମ୍ ହୋମ ନାଁରେ ଆସୁଛି ଲିଙ୍କ୍, ଗୋଟିଏ କ୍ଲିକରେ ଖାଲି ହେଉଛି ଆକାଉଣ୍ଟ

ଠକାମିର ଶିକାର ହେବା ପରେ ସେବା କେନ୍ଦ୍ରକୁ ଆସୁଥିବା ଗ୍ରାହକମାନେ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇ ଥିଲା ପୋଲିସ । ପରେ ଅଭିଯୁକ୍ତ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ପ୍ରାୟ 28 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲେ ଏହି ପରିବାର । ଅନ୍ୟପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ଋଣ ଟଙ୍କା ଫେରାଇବା ପାଇଁ କିଛି ଋଣ ଦେଇଥିବା ସଂସ୍ଥାର କର୍ମଚାରୀ ଘରଦାଣ୍ଡରେ ବସୁଛନ୍ତି । ଯାହା ଫଳରେ ଅଭିଯୋଗକାରୀମାନେ ପଇସା ଫେରାଇବା ଦାବିରେ ଜୟପାଟଣା ଥାନା ଘେରାଉ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details