ଓଡିଶା

odisha

ETV Bharat / state

କଳାହାଣ୍ଡିରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା - lakh of ornament Robbery

କଳାହାଣ୍ଡି ଜୟପାଟଣାରେ ଲୁଟ । ବନ୍ଧୁକ ଦେଖାଇ କଳାକନା ବୁଲାଇଲେ ସଶସ୍ତ୍ର ଡକାୟତ । ଲକ୍ଷାଧିକ ମୂଲ୍ୟର ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ।

ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ସୁନାଗହଣ
ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ସୁନାଗହଣ

By

Published : Jan 14, 2020, 8:58 PM IST

କଳାହାଣ୍ଡି: ବନ୍ଧୁକ ମୁନରେ ଲୁଟ । ବିଳମ୍ବିତ ରାତିରେ ପଶି କଳାକନା ବୁଲାଇଲେ ମୁଖାଧାରୀ ଡକାୟତ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଇରିପାଲି ଗାଁରେ 4ରୁ 5ଜଣ ସଶସ୍ତ୍ର ଡକାୟତି ସୌରଭ ଜୈନଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ବିଳମ୍ବିତ ରାତି ହୋଇଥିବାରୁ ଭୟରେ କେହି ଆସିନଥିଲେ ।

ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ସୁନାଗହଣ

ସେପଟେ, ଘଟଣା ବିଷୟରେ ଖବର ପାଇ ଜୟପାଟଣା ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ଅନ୍ୟପଟେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାବେଳେ ଆବଶ୍ୟକ ପଡିଲେ ସନ୍ଧାନୀ କୁକୁରର ସାହାଯ୍ୟ ନିଆଯିବ ବୋଲି ଏସପି କହିଛନ୍ତି । ତେବେ ଗତ 9 ତାରିଖରେ ଅଞ୍ଚଳରେ ବାପ ପୁଅକୁ ଆକ୍ରମଣ କରି 6 ଲକ୍ଷ ଟଙ୍କା ଲୁଟି ନେଇଥିବାବେଳେ ପୁଅର ମୃତ୍ୟୁ ହୋଇଥିଲା । ଠିକ ଏହି ଘଟଣାର 5 ଦିନରେ ପୁଣି ଏକ ଲୁଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details