ଭବାନୀପାଟଣା: ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଖଡିଆଲ ରାଜ୍ୟ ରାଜପଥ ବୋର୍ଡା ଛକ ନିକଟରେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତଜେନା ଦେଖିବାକୁ ମିଳିଛି। ମୃତ ଜଣକ କେଗାଁ ଥାନା ଅନ୍ତର୍ଗତ ବୋର୍ଡା ଗାଁର ଲବଣି ଭୋଏ ସୁଜନ ମାଝୀ ବୋଲି ଜଣାପଡ଼ିଛି ।
ଟ୍ରକ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା - କଳାହାଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଖଡିଆଲ ରାଜ୍ୟ ରାଜପଥ ବୋର୍ଡା ଛକ ନିକଟରେ । କ୍ଷତିପୂରଣ ଦାବି ନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତଜେନା । ଅଧିକ ପଢ଼ନ୍ତୁ
ସୂଚନା ଅନୁଯାୟୀ ଲବଣି ଭୋଏ ଶ୍ରମିକ ଭାବରେ କାମ କରନ୍ତି । ପ୍ରତ୍ୟେକ ଦିନ ଭଳି ଶୁକ୍ରବାର ମଧ୍ୟ ବୋର୍ଡା ଗାଁ ନିକଟରେ ଥିବା ବେଳପଡାକୁ କାମ କରିବାକୁ ଯାଇ ଫେରୁଥିଲେ । ଭବାନୀପାଟଣା ଖଡିଆଳ ରାଜ୍ୟ ରାଜପଥ ବୋର୍ଡା ଛକ ନିକଟରେ ଏକ ଅଜଣା ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ କ୍ଷତିପୂରଣ ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଧରିବା ପାଇଁ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ବୁଝାସୁଝା କରୁଛି ।
ଇଟିଭି ଭାରତ, କଳାହାଣ୍ଡି