ଓଡିଶା

odisha

ETV Bharat / state

ଡ୍ରୋଜର ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ - ଡ୍ରୋଜର ତଳେ ଚାପି ହୋଇ ଚାଲିଗଲା ଜୀବନ

କାମ କରୁଥିଲେ ଶ୍ରମିକ । ହଠାତ୍ ଡ୍ରୋଜର ତଳେ ଚାପି ହୋଇ ଚାଲିଗଲା ଜୀବନ । ଅଧିକ ପଢ଼ନ୍ତୁ

Labour died
ଶ୍ରମିକଙ୍କ ମୃତ୍ୟୁ

By

Published : Jan 18, 2023, 11:57 AM IST

ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା: ନିର୍ମାଣଧୀନ ବିଜୁ ଏକ୍ସପ୍ରେସୱେରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି ସମ୍ପର୍କୀୟ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ମୃତ ବ୍ୟକ୍ତିଜଣକ ହେଲେ ବ୍ରାହ୍ମଣଛେଣ୍ଡିଆ ଗାଁର ଚମାର ନିଆଲ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଆମପାଣି ଠାରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କାରୁଥିବା ନିର୍ମାଣଧୀନ ବିଜୁ ଏକ୍ସପ୍ରେସ ୱେରେ ଖମାର ହଳଦୀ ନିକଟରେ ରାସ୍ତା କାମ ଚାଲିଛି ।

ଏହି ରାସ୍ତା କାମରେ ଚମାର ନିଆଲ ଶ୍ରମିକ ଭାବରେ କାମ କରୁଥିଲେ । ପ୍ରତ୍ୟେକ ଦିନ ଭଳି ସେ ଗତକାଲି ମଧ୍ୟ ରାସ୍ତା କାମ କରିବାକୁ ସକାଳୁ ସକାଳୁ ଘରୁ ବାହାରି ନିଜ କାର୍ଯ୍ୟସ୍ଥଳକୁ ଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ରାସ୍ତା କାମରେ ନିୟୋଜିତ ଡ୍ରୋଜର ଗାଡି କୌଣସି କାରଣରୁ ଭାରସାମ୍ୟ ହରାଇ ତାଙ୍କ ଉପରକୁ ଚଢି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭ କରିଥିଲେ । କ୍ଷତିପୂରଣ ଦାବିରେ ନବରଙ୍ଗପୁର ନୂଆପଡ଼ା ରାଜ୍ୟ ରାଜପଥକୁ ଖମାର ହଳଦୀ ନିକଟରେ ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଯାତାୟତରେ ସମସ୍ୟା ଉପୁଜିଥିଲା । ଖାଲି ସେତିକି ନୁହେଁ ରାସ୍ତା କଡ଼ରେ ମଧ୍ୟ ଯାନବାହନ ଅଟକି ରହିଥିଲା । ଖବରପାଇ ଘଟଣାସ୍ଥଳରେ ଗୋଳାମୁଣ୍ଡା ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା ଲାଗି ରହିଛି ।

ସେପଟେ ଘରର ଗୋଟିଏ ମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ବେସାହାରା ପାଲଟି ଯାଇଛନ୍ତି । କିଭଳି ନିଜକୁ ସମ୍ଭାଳିବେ ତାହା କିଛି କେହି ବୁଝି ପାରୁନାହାଁନ୍ତି । ପରିବାରକୁ ଚଳାଉଥିଲେ ଚମାର । ହେଲେ ତାଙ୍କର ଏଭଳି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ।

ପୁଅର ମୃତ୍ୟୁ ଖବର ଶୁଣି ଚେତା ହରାଇ ବସୁଛନ୍ତି ପରିବାର ଲୋକେ । ସେପଟେ ଘଟଣାସ୍ଥଳରେ ମଧ୍ୟ ପରିବାର ଲୋକେ ପହଞ୍ଚିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଗ୍ରାମବାସୀ ମଧ୍ୟ ଉତ୍ତେଜିତ ହୋଇ ଉଠିଛନ୍ତି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବାକୁ ଅଡ଼ି ବସିଛନ୍ତି । ଏନେଇ ସ୍ଥାନୀୟ ଲୋକେ ଓ ଗ୍ରାମବାସୀ ମିଳିତ ହୋଇ ତୁରନ୍ତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ହଟିବନି ବୋଲି ଜିଦ୍ ଧରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details