ଓଡିଶା

odisha

ETV Bharat / state

କର୍ଣ୍ଣାଟକରେ ଶ୍ରମିକ ଦମ୍ପତ୍ତି ମୃତ, ନ୍ୟାୟ ଦାବିରେ ପରିବାର

ଦାଦନ ଖଟିବାକୁ ଯାଇ ଶ୍ରମିକ ଦମ୍ପତ୍ତି ମୃତ । ଘଟଣାଟି ଘଟିଛି କର୍ଣ୍ଣାଟକ ରାଜ୍ୟରେ । ହେଲେ ଉଭୟଙ୍କୁ ହତ୍ୟା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ ।

By

Published : Aug 13, 2019, 4:46 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଦାଦନ ଖଟିବାକୁ ଯାଇ ଶ୍ରମିକ ଦମ୍ପତ୍ତି ମୃତ । ଘଟଣାଟି ଘଟିଛି କର୍ଣ୍ଣାଟକ ରାଜ୍ୟରେ । କର୍ଣ୍ଣାଟକରେ ଦାଦନ ଖଟିବାକୁ ଯାଇ ଥୁଆମୂଳ ରାମପୁର ଥାନା ମହୁଲପାଟଣା ଗାଁର ଶଙ୍କର ସାହୁ ଓ ସ୍ତ୍ରୀ ରଶ୍ମିତା ସାହୁ ପ୍ରାଣ ହରାଇଥିବା ଜଣା ପଡିଛି ।

ଅଭିଯୋଗ ଅନୁଯାୟୀ ଶଙ୍କର ଓ ତାଙ୍କ ସ୍ତ୍ରୀ 7 ବର୍ଷ ତଳେ କର୍ଣ୍ଣାଟକକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାକାର ମାଣ୍ଡ୍ୟା ଜିଲ୍ଲା ନାଗାମଙ୍ଗଲା ତାଳୁକର ଭେଙ୍କେଟେଶ୍ବର ହେଚେରୀ ପ୍ରାଇଭେଟ ଲିମିଟେଡ଼ରେ ଉଭୟେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଗାଁରେ ଛାଡି ଯାଇଥିଲେ ନିଜର ଏକ ବର୍ଷର ଝିଅ ବନ୍ଦନା ସାହୁକୁ । ରଶ୍ମିତାଙ୍କ ମୃତ୍ୟୁ ନେଇ ଗତ ଜୁଲାଇ 4ରେ ନାଗାମଙ୍ଗଲା ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଗତ ଅଗଷ୍ଟ 2ରେ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ତେବେ ରଶ୍ମିତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଶଙ୍କରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ତେଣେ ରଶ୍ମିତାଙ୍କ ମୃତ୍ୟ ପରେ ସେଠାରେ ଶବଦାହ କରାଯାଇଥିଲା । ଏନେଇ ପରିବାର ଲୋକେ ଉଭୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ନାଗାମଙ୍ଗଲା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଶଙ୍କରଙ୍କ ମୃତଦେହ ବ୍ୟବଛେଦ ପରେ ପୋଲିସ ଗାଁକୁ ପଠାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି। ଶଙ୍କରଙ୍କ ପରିବାର ଲୋକେ କଳାହାଣ୍ଡି ଶ୍ରମ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏହି ଘଟଣାରରେ ହସ୍ତକ୍ଷେପ କରିବାକୁ ମଧ୍ୟ ଦାବି ହୋଇଛି।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details