ଓଡିଶା

odisha

ETV Bharat / state

ଉଦଯାପିତ ହେଲା ରାଜ୍ୟ ସ୍ତରୀୟ କୁମାର ସ୍ଵାମୀ ମହୋତ୍ସବ

ଗତକାଲି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କୁମାର ସ୍ଵାମୀ ମହୋତ୍ସବ ଉଦଯାପିତ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 30, 2023, 9:06 AM IST

Kumar swami Mahotsav
Kumar swami Mahotsav

Kumar swami Mahotsav

ଭବାନୀପାଟଣା: ଉଦଯାପିତ ହେଲା ରାଜ୍ୟ ସ୍ତରୀୟ କୁମାର ସ୍ଵାମୀ ମହୋତ୍ସବ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ରାଜ୍ୟସ୍ତରୀୟ କୁମାର ସ୍ବାମୀ ମହୋତ୍ସବ ତିନି ଦିନଧରି ଅନୁଷ୍ଠିତ ହୋଇଯାଇଛି । ତେବେ ଅସୁରଗଡ ଦୁର୍ଗର ପ୍ରତିରକ୍ଷା ଘାଟି ତଥା ଧାର୍ମିକ ସାଂସ୍କୃତିକ ପୀଠ ଦେବଗିରିରେ ଆଜି ମଧ୍ୟ ପ୍ରାଚୀନ କଳା ସଂସ୍କୃତି ଅମଳିନ ରହିଛି । ତେଣୁ ଦେବଗିରି ଆଟବିକ ସଭ୍ୟତାର ମୁଖଶାଳା ବୋଲି ରାଜ୍ୟସ୍ତରୀୟ କୁମାର ସ୍ୱାମୀ ମହୋତ୍ସବ ଅବସରରେ ମତ ପ୍ରକାଶ ପାଇଛି ।

ତେବେ କୁମାର ସ୍ଵାମୀ ମହୋତ୍ସବର ପ୍ରଥମ ଦିବସକୁ ମୁହୁରି ଦିନ୍’, ଦ୍ଵିତୀୟ ଦିବସକୁ ‘ଢାପ୍ ଦିନ୍’ ଓ ଉଦଯାପନୀ ଦିବସକୁ ‘ବନାବାଡ଼ି ଦିନ୍’ ନାମରେ ନାମିତ କରି ପ୍ରାଚୀନ ତଥା ପାରମ୍ପରିକ କଳା ପ୍ରଦର୍ଶନ କରାଯାଇଥିଲା । ଏହାସହ ବଂଶୀବାଦନ, ଗୁରୁ କୃପା ସେବା ଟ୍ରଷ୍ଟ ଟିଟିଲାଗଡ଼ର ମାର୍ସାଲ ଆର୍ଟ, ମିମିକ୍ରି, ବାରମାସୀ ଦଣ୍ଡ ନୃତ୍ୟ, ରାମଲୀଳା, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ବ୍ୟଙ୍ଗ କବିତା ଆଦି ଏହି ଉତ୍ସବରେ ପରିବେଷିତ ହୋଇଥିଲା । ସେହିପରି ଏହି ଅବସରରେ ଜୟନ୍ତ ବେହେରାଙ୍କୁ ଦେବଗିରି ସମ୍ମାନ, କେଦାର କବାଟଙ୍କୁ ଦେବଗିରି ଯୁବ ସମ୍ମାନ, ଡ. ପଲ୍ଲିଶ୍ରୀ ପଟ୍ଟନାୟକଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ଦଣ୍ଡପାଟ ଯୁବ ସେବା ସଙ୍ଗଠନ ବେହେରା ସଂସ୍ଥାକୁ ଦେବଗିରି ସମାଜସେବା ସମ୍ମାନ, ଇଂ ଅଜୟ ପଣ୍ଡାଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ଜଗଦୀଶ ନାଏକଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ ଓ ଯୁବ ସାମ୍ବାଦିକ ବିକାଶ ଷଡ଼ଙ୍ଗୀଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ଜାନୁଆରୀ ୪ରୁ ସମ୍ବଲପୁର ଲୋକ ମହୋତ୍ସବ, ବସିଲା ପ୍ରସ୍ତୁତି ବୈଠକ

ଏହା ମଧ୍ୟ ପଢନ୍ତୁ - ଶେଷ ହେଲା ଭୁବନର ବୁଦ୍ଧେଶ୍ବର ମହୋତ୍ସବ, ମନ ଛୁଇଁଲା ସବ୍ୟଚ୍ଚିତାଙ୍କ ଯୋଡି

ଉତ୍ସବର ‘ବନାବାଡ଼ି ଦିନ୍’ ତଥା ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟବକ୍ତା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ନାରୀନେତ୍ରୀ ପ୍ରମିଳା ପଧାନ, ଯୁବ ଉଦ୍ୟୋଗୀ ଧୀରେନ୍ଦ୍ର ଖେତାନ୍, ଅନୁଷ୍ଠାନର ମୁଖ୍ୟ ଉପାଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ଯୋଗ ଦେଇଥିଲେ ।

କଳାହାଣ୍ଡିରେ ଆଦିବାସୀ ପରମ୍ପରାକୁ ଉଜ୍ଜିବୀତ ତଥା ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହାତ ନିଆଯାଉଛି । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ସୁରୁଖୁରରେ କାର୍ଯ୍ୟକ୍ରମ ସମାପନ ହୋଇଛି । ଏଥିରେ ବହୁ ମାନ୍ୟଗଣ୍ୟ ଅତିଥିଗଣ ଯୋଗ ଦେଇ ଆଦିବାସୀ ପରମ୍ପରା ବିଷୟରେ ଆଲୋଚନା କରିଥିଲେ।


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details