ଭବାନୀପାଟଣା:ରାଜ୍ୟରେ ପୁଣି ଦାଦନ ଦୁଃଖ । ପରିବାର ଚଳାଇବା ପାଇଁ ଟଙ୍କା ରୋଜଗାର ଆଶାରେ ଆନ୍ଧ୍ରପ୍ରଦେଶ ଯାଇଥିଲେ । ହେଲେ ଘରକୁ ଫେରିଛି ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ କାଶିବାହାଲ ଗ୍ରାମରେ । କାମ କରୁଥିବା ବେଳେ ଛାତରୁ ପଡି ମାନସିଂ ପୋଢଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଏହାମଧ୍ୟ ପଢନ୍ତୁ..ଦାଦନ ଖଟିବାକୁ ଯାଇ ଭାଇ ମୃତ, ମୃତଦେହ ଫେରାଇ ଆଣିବାକୁ ଭିକ୍ଷା ମାଗୁଛି ଭଉଣୀ
ସୂଚନା ଅନୁଯାୟୀ, କାଶିବାହାଲର ଗାଁର ମାନସିଂ ପୋଢ ପରିବାର ପ୍ରତିପୋଷଣ କରିବା ପାଇଁ ଏକ ବର୍ଷ ତଳେ ଗାଁର ଆଉ କିଛି ଯୁବକଙ୍କ ସହ ମିଶି ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବା ପାଇଁ ଯାଇଥିଲେ । ସେଠାରେ ସେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାମ କରିବା ସହ ଦୁଇ ପଇସା ରୋଜଗାର କରି ପରିବାର ଚଳାଇବା ପାଇଁ ଟଙ୍କା ମଧ୍ୟ ପଠାଇ ଆସୁଥିଲେ । ହେଲେ ହଠାତ୍ ଗତକାଲି କାମ କରୁଥିବା ବେଳେ ଛାତରୁ ଖସି ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସାଥୀ ଶ୍ରମିକ ଏନେଇ ମୃତ ଦାଦନ ଶ୍ରମିକଙ୍କ ପରିବାରକୁ ଖବର ଦେବା ସହ ଠିକା ସଂସ୍ଥା ମାଲିକଙ୍କୁ ମଧ୍ୟ ସୂଚନା ଦେଇଥିଲେ ।