ଭବାନୀପାଟଣା: ପ୍ରତ୍ୟେକ ବର୍ଷ ଖରିପ ଚାଷ ସମୟରେ ବର୍ଷାର ଘୋର ଅଭାବ ଦେଖାଦେଇଥାଏ । ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ଚାଷ କରିଥିବା ଚାଷୀର ଚିନ୍ତା ବଢେ । ହେଲେ ଜଳ ଅଭାବ ସତ୍ବେ ମଧ୍ୟ କଳାହାଣ୍ଡି ଜିଲ୍ଲାର ଡୁମରିଆ ପଞ୍ଚାୟତର ୨୨ ଜଣ ଚାଷୀ ଏବେ ନିଜ ଅମଳ ଚାଷକୁ ନେଇ ବେସ ଖୁସି ଅଛନ୍ତି । ପ୍ରାୟ ୫୦ ଏକର ଚାଷ ଜମିରେ ଲହଡି ଭାଙ୍ଗୁଛି ଧାନ କେଣ୍ଡା। ଏହି ସ୍ବପ୍ନ କେବଳ ସାକାର ହୋଇପାରିଛି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ପାଇଁ ।
ଚାଷୀଙ୍କୁ ସ୍ୱାବଲମ୍ବୀ କରିଛି କ୍ଷେତ ପୋଖରୀ - ବର୍ଷାର ଅଭାବ
ବର୍ଷାର ଅଭାବ ସତ୍ତ୍ବେ ସରକାରଙ୍କ କ୍ଷେତ ପୋଖରୀ ଯୋଜନା ମାଧ୍ୟମରେ ପ୍ରାୟ ୫୦ ଏକର ଚାଷ ଜମିରେ ପାଣି ଯୋଗାଇ ଚାଷ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...
କ୍ଷେତ ପୋଖରୀ ଚାଷୀଙ୍କୁ କରିଛି ସ୍ୱାବଲମ୍ବୀ
କ୍ଷେତ ପୋଖରୀ ଚାଷୀଙ୍କୁ କରିଛି ସ୍ୱାବଲମ୍ବୀ
ସରକାରଙ୍କ କ୍ଷେତ ପୋଖରୀ ଯୋଜନା ମାଧ୍ୟମରେ ପ୍ରାୟ ୩୦୦ ଶହ ରୁ ଉର୍ଦ୍ଧ୍ବ ଜବ କାର୍ଡ ହିତାଧିକାରୀଙ୍କୁ ମନରେଗା ଯୋଜନା ମାଧ୍ୟମରେ ସାମିଲ କରି ଖୋଳା ହୋଇଛି କ୍ଷେତ ପୋଖରୀ । ଆଉ ଏହି ପୋଖରୀରେ ବର୍ଷା ପାଣିକୁ ସଞ୍ଚୟ କରି ନିଜ ଚାଷ ଜମିରେ ପାଣି ମଢ଼ାଉଛି ଚାଷୀ । ଫଳରେ ମରୁଡି ସମୟରେ ପାଣି ଅଭାବର ଡ଼ର ଦୂର ହୋଇଛି । ମନରେଗା ଯୋଜନାରେ ସାମିଲ ହୋଇ ଅଞ୍ଚଳବାସୀ ସ୍ଵାବଲମ୍ବୀ ହେବା ସହ ମାଛ ଓ ପନିପରିବା ଚାଷ ମାଧ୍ୟମରେ ଦୁଇ ପଇସା ରୋଜଗାର କରି ନିଜ ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିଛନ୍ତି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ