ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ପ୍ରକଳ୍ପର ହାତୀ ବ୍ୟାରେଜରୁ ଖରିଫ ଜଳସେଚନ ଆରମ୍ଭ । ତେବେ କଳାହାଣ୍ଡି ଜିଲ୍ଲାର ସାତଟି ବ୍ଲକର ୧,୧୨,୮୬୬ ହେକ୍ଟର ଜମିରେ ଜଳସେଚନ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ।
ହାତୀ ବ୍ୟାରେଜ ଜଳପତ୍ତନ ୨୬୩ମି ପହଞ୍ଚିବା ପରେ ବାମ ମୁଖ୍ୟ କେନାଲରେ ୭.୪ କ୍ୟୁମେକ୍ସ ଓ ଦକ୍ଷିଣ ମୁଖ୍ୟ କେନାଲରେ ୫ କ୍ୟୁମେକ୍ସ ପାଣି ଛଡା ଯାଇଛି ।ବାମ ମୂଖ୍ୟ କେନାଲରେ ୭.୪ କ୍ୟୁମେକ୍ସ ପାଣି ଛଡା ଯାଇ ୫୯,୨୪୨ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଏହାଦ୍ବାରା ୨୨୧ ଗ୍ରାମର ଲୋକେ ଉପକୃତ ହେବେ । ସେହିପରି ଦକ୍ଷିଣ ମୁଖ୍ୟ କେନାଲରେ ୫ କ୍ୟୁମେକ୍ସ ପାଣି ଛଡା ଯାଇ ୨୮,୩୪୭ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ । ଫଳରେ ୧୨୮ ଗ୍ରାମର ଲୋକେ ଉପକୃତ ହେବେ । ଏହାଛଡା କେନାଲରୁ ଉଠା ଜଳସେଚନ ମାଧ୍ୟମରେ ୮୮ଟି ଗ୍ରାମର ୨୫,୨୭୪ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବର ଲକ୍ଷ୍ୟ ରଖାଯାଇଛି ।